ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ୪୭ ଆସନରେ ଲଢିବ କଂଗ୍ରେସ, ସହଯୋଗୀ ଦଳକୁ ଛାଡିଲା ୨ ଆସନ ।

1,853

କନକ ବ୍ୟୁରୋ : ୨୦୨୪ ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ । ୮ ଲୋକସଭା ଓ ୪୭ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ପିସିସି ସଭାପତି ଶରତ ପଟ୍ଟନାୟକ ନୂଆପଡା ଆସନରୁ ପ୍ରାର୍ଥୀ ହୋଇଥିବା ବେଳେ ବଲାଙ୍ଗୀର ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ର । ସେହିଭଳି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଦାସ ନର୍ଲାରୁ ପ୍ରାର୍ଥୀ ହୋଇଥିବା ବେଳେ ଭବାନୀପାଟଣାରୁ ପ୍ରାର୍ଥୀ ହୋଇଛନ୍ତି ସାଗର ଚରଣ ଦାସ । ସେହିଭଳି ସାନଖେମୁଣ୍ଡିରୁ ରମେଶ ଜେନା ପୁଣିଥରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ବେଳେ ବିଜୟ ପଟ୍ଟନାୟକଙ୍କୁ ପାରଳାଖେମୁଣ୍ଡିରୁ ପ୍ରାର୍ଥୀ କରିଛି କଂଗ୍ରେସ । ତାରା ବାହିନୀପତିଙ୍କୁ ଜୟପୁର ଆସନରୁ ଦଳ ପ୍ରାର୍ଥୀ କରିଥିବା ବେଳେ ହକି ତାରକା ପ୍ରବୋଧ ତୀର୍କିଙ୍କୁ ତଳସରାରୁ ଦଳ ମୈଦାନକୁ ଓହ୍ଲାଇଛି । ଲାଞ୍ଜିଗଡରୁ ବଳଭଦ୍ର ମାଝୀଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ କଣ୍ଟାବାଞ୍ଝିରୁ ସନ୍ତୋଷ ସିଂ ସାଲୁଜାଙ୍କୁ ଦଳ ପୁଣିଥରେ ଭରସିଛି । ସେହିଭଳି ବୀରମିତ୍ରପୁରକୁ ଜେଏମଏମକୁ ଛାଡିଥିବା ବେଳେ ବଣାଇ ଆସନକୁ ସିପିଆଇ-ଏମକୁ ଛାଡିଛି କଂଗ୍ରେସ ।