ବିଜେଡି ସହ କଂଗ୍ରେସର ଡିଲ! ଜୟନାରାୟଣ କହିଲେ, ସତ୍ୟକୁ ସମସ୍ତେ ମାନିବେ। ରାଜ୍ୟରେ ଆଉ କଂଗ୍ରେସର ସ୍ଥିତି ନାହିଁ ।

ବିଜେଡି ସହ କଂଗ୍ରେସର ଡିଲ! ଜୟନାରାୟଣ କହିଲେ, ସତ୍ୟକୁ ସମସ୍ତେ ମାନିବେ। ରାଜ୍ୟରେ ଆଉ କଂଗ୍ରେସର ସ୍ଥିତି ନାହିଁ ।

କନକ ବ୍ୟୁରୋ: ପଦ୍ମପୁରରେ ଡିଲ୍ କଥା ପୁଣି ଦୋହରାଇଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ସେ କହିଛନ୍ତି, ସତ୍ୟକୁ ସମସ୍ତେ ମାନିବେ । ଡିଲ୍ ହୋଇଥିବା କଥା କଂଗ୍ରେସ ଓ ବିଜେଡି ଲୋକଙ୍କ ଠାରୁ ଶୁଣିବାକୁ ପାଇଛି । ସେମାନେ ସ୍ୱୀକାର କରିଛନ୍ତି, କିନ୍ତୁ ମୋ ପାଖରେ ଡିଲ୍ ସମୟର ଭିଡିଓ ନାହିଁ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଜ୍ୟରେ ଆଉ କଂଗ୍ରେସର ସ୍ଥିତି ନାହିଁ । ଆଗାମୀ ନିର୍ବାଚନରେ କଂଗ୍ରେସର ଭୂମିକା ରହିବ ନାହିଁ । ନିର୍ବାଚନରେ ବିଜେଡି-ବିଜେପି ମଧ୍ୟରେ ଜୋରଦାର ଲଢେଇ ହେବ । ଯେଉଁ କିଛି କଂଗ୍ରେସର ଭୋଟ ଥିଲା ତାହା ବି ମାତ୍ର କିଛି ନିର୍ବାଚନ ମଣ୍ଡଳୀରେ ରହିଛି । ଆଗାମୀ ଦିନରେ କଂଗ୍ରେସର ଭୋଟ ବାଣ୍ଟି ହୋଇଯିବ । ଯିଏ ଏହି ଭୋଟକୁ ହାତେଇପାରିବ ସେ ନିର୍ବାଚନରେ ଗୋଟିଏ ପାଦ ଆଗରେ ରହିବ । ଏହା ଛଡା ଭୋଟ ଏକତ୍ରିତ କରିବା ପାଇଁ କଂଗ୍ରେସର ଆଉ କର୍ମକର୍ତ୍ତା ନାହାନ୍ତି ତେଣୁ ଯିଏ ଏହି ଭୋଟରଙ୍କୁ ଆକର୍ଷିତ କରିବ କଂଗ୍ରେସର ଭୋଟ ତାଙ୍କ ପକ୍ଷରେ ପଡିବ ବୋଲି ଜୟନାରାୟଣ କହିଛନ୍ତି । ମହିଳା ଭୋଟ କିମ୍ବା ପୁରୁଷ ଭୋଟ କିଛି ନଥାଏ ବୋଲି ବିରୋଧୀଦଳ ନେତା କହିଛନ୍ତି, ଉଦାହରଣ ଦେଇ କହିଛନ୍ତି ସମ୍ବଲପୁର ନିର୍ବାଚନ ମଣ୍ଡଳୀରେ ମହିଳା ଭୋଟର ବିଜେପିକୁ ମିଳିଛି ତେଣୁ ବିଜେଡି ମହିଳା ଭୋଟ ପାଇବ ବୋଲି ଯେଉଁ ଆକଳନ କରୁଛି ତାହା ଠିକ୍ ନୁହେଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe