ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ ନିଜର ଗୋଟିଏ ବୟାନକୁ ନେଇ ଏବେ ବିବାଦ ଘେରକୁ ଚାଲିଆସିଛନ୍ତି । କଂଗ୍ରେସ ସହ ଗଠବନ୍ଧନ କରିବାରେ ଅସଫଳ ରହିଥବା ଅରବିନ୍ଦ କେଜରିୱାଲ୍ ପାର୍ଟିର ଘୋଷଣାପତ୍ର ଜାରି କରି କହିଥିଲେ କୌଣସି ହିନ୍ଦୁ କଂଗ୍ରେସକୁ ଭୋଟ୍ ଦେବାକୁ ଯାଉନାହାନ୍ତି । କେବଳ ମୁସଲମାନଙ୍କୁ ନେଇ ଟିକେ ଦ୍ୱନ୍ଦ ରହିଛି । ତେବେ କଂଗ୍ରେସ କେଜରିୱାଲଙ୍କ ଏହି ବୟାନକୁ ନେଇ ଦିଲ୍ଳୀ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ପାଖରେ ଅଭିଯୋଗ କରିଛନ୍ତି ।
କଂଗ୍ରେସ ନେତା ସନ୍ଦୀପ ଦୀକ୍ଷିତ୍ ନିଜ ଅଭିଯୋଗରେ କହିଛନ୍ତି ଯେ କେଜରିୱାଲ୍ ସାଂପ୍ରଦାୟିକତାକୁ ଆଧାର କରି ଭୋଟ୍ ମାଗୁଛନ୍ତି ଏବଂ ଲୋକଙ୍କୁ ବାଣ୍ଟିବା ଭଳି କାମ କରୁଛନ୍ତି । ଏଥିପାଇଁ ଯୋଗୀ ଏବଂ ମାୟାବତୀଙ୍କ ପ୍ରଚାର କରିବାକୁ ତାଙ୍କ ଉପରେ ରୋକ ଲଗାଯାଉ । କେଜରିୱାଲଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ କମିଶନଙ୍କୁ ଅପିଲ୍ କରିଛନ୍ତି । ଏହିଭଳି ସାଂପ୍ରଦାୟିକ, ଉଷୁକାଇବା ଭଳି ମନ୍ତବ୍ୟ ଦେବା ଦ୍ୱାରା ନିର୍ବାଚନ କମିଶନଙ୍କୁ କେଜରିୱାଲଙ୍କୁ ନିର୍ବାଚନ ପ୍ରଚାର ବନ୍ଦ କରିବାକୁ କଂଗ୍ରେସ ଦଳ ନିର୍ବାଚନ ଆୟୋଗଙ୍କୁ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/04/CropperCapture25.jpg)
/kanak/media/post_attachments/wp-content/uploads/2019/04/573487-arvindkejriwalfive700-300x171.jpg)
/kanak/media/post_attachments/wp-content/uploads/2019/04/kejriwal_43fffb8e-5042-11e9-a540-e59d8ae6a1ea-300x169.jpg)