ସଙ୍କଟରେ ବ୍ୟାଙ୍କ ! ଆପଣଙ୍କ ଟଙ୍କା ମଧ୍ୟ ଅସୁରକ୍ଷିତ ଅଟେ, କଂଗ୍ରେସ ଆଣିଲା ଅଭିଯୋଗ ।

45

ଲୋକମାନେ ଟଙ୍କା ସଞ୍ଚୟ କରିବା ପାଇଁ କିମ୍ବା ନିଜ ଟଙ୍କାକୁ ସୁରକ୍ଷିତ ରଖିବା ପାଇଁ ବ୍ୟାଙ୍କ ଉପରେ ନିର୍ଭର କରିଥାନ୍ତି । ତେବେ ବ୍ୟାଙ୍କରେ ଆପଣ ରଖୁଥିବା ଅର୍ଥରାଶି ଅସୁରକ୍ଷିତ ଅଟେ । ନରେନ୍ଦ୍ର ମୋଦିଙ୍କ ସରକାରର କାର୍ଯ୍ୟକାଳରେ ବ୍ୟାଙ୍କରେ ଜନତାଙ୍କ ଅର୍ଥ ଅସୁରକ୍ଷିତ ଥିବା ଅଭିଯୋଗ ଆଣିଛି କଂଗ୍ରେସ । କଂଗ୍ରେସ କହିଛି ଯେ, ମୋଦି ସରକାରରେ ଏନପିଏ ଅର୍ଥାତ ଋଣ ନେଇ ପରିଶୋଧ ନକରିବା ବ୍ୟକ୍ତିମାନଙ୍କ ସଂଖ୍ୟାରେ ୨୩୦ ପ୍ରତିଶତ ବୃଦ୍ଧି ହୋଇଛି । ଆଉ ଏଥି ପାଇଁ ଏନଡିଏ ସରକାରର ନାମ ଏନପିଏ କରାଯିବା ଆବଶ୍ୟକ ।

ଦଳର ମୁଖ୍ୟ ପ୍ରବକ୍ତା ରଣଦୀପ ସୁରଜେବାଲା ଟ୍ୱିଟ କରି କହିଛନ୍ତି, ବ୍ୟାଙ୍କ ସଙ୍କଟରେ ଅଛି । ଜନତାଙ୍କର ଟଙ୍କା ଅସୁରକ୍ଷିତ ଅଟେ । ଦେଶରେ ଏଭଳି ବ୍ୟକ୍ତିଙ୍କ ସଂଖ୍ୟା ବଢିବାରେ ଲାଗିଛି ଯେଉଁମାନେ ବ୍ୟାଙ୍କରୁ ବଡ ଆକାରରେ ଲୋନ ନେଇ ଫେରାର ହେଇଯାଉଛନ୍ତି ।

ସେ ଦାବି କରିଛନ୍ତି ଯେ, ମୋଦି ସରକାରରେ ବ୍ୟାଙ୍କ ଋଣ ୩୧୭ ପ୍ରତିଶତ ବୃଦ୍ଧି ପାଇଛି ଯେଉଁମାନେ ବ୍ୟାଙ୍କରୁ ଋଣ ନେଇ ପରିଶୋଧ କରୁନାହାନ୍ତି । ୨୦୧୪-୧୫ ବର୍ଷରେ ଏହା ଅର୍ଥରାଶି ୨୬,୧୧୨ କୋଟି ଟଙ୍କା ଥିଲା ଏବଂ ୨୦୧୭-୧୮ବର୍ଷରେ ଏଥିରେ ବୃଦ୍ଧି ହୋଇ ୧,୦୯,୦୭୬ କୋଟି ଟଙ୍କାରେ ପହଞ୍ଚିଛି । ସବୁ ବ୍ୟାଙ୍କ ଗୁଡିକରେ ଏନପିଏ ୨୩୦ ପ୍ରତିଶତ ବଢିଯାଇଥିବା କଂଗ୍ରେସର ମୁଖ୍ୟ ପ୍ରବକ୍ତା ରଣଦୀପ ସୁରଜେବାଲା କହିଛନ୍ତି । ସେ କହିଛନ୍ତି ଯେ, ୨୦୧୪ ମସିହା ମାର୍ଚ୍ଚ ମାସରେ ଏନପିଏ ୨,୫୧,୦୫୪ କୋଟି ଟଙ୍କା ଥିଲା ଯାହାକି ଡିସେମ୍ବର ୨୦୧୭ ମସିହା ପର୍ଯ୍ୟନ୍ତ ବୃଦ୍ଧି ହୋଇ ୮,୩୧,୧୪୧ କୋଟି ଟଙ୍କାରେ ପହଞ୍ଚିଛି । ସେ କହିଛନ୍ତି ଏବେ ଏନଡିଏର ନାମ ଏନପିଏ କରାଯିବା ଦରକାର ।