ପିସିସି କମିଟିକୁ ଭଙ୍ଗ କଲା ଏଆଇସିସି, ନୂଆ ରୂପ ପାଇବ ରାଜ୍ୟ କଂଗ୍ରେସ । ବଢ଼ିଲା ଚର୍ଚ୍ଚା କିଏ ହେବେ ପିସିସି ସଭାପତି

ପିସିସି କମିଟିକୁ ଭଙ୍ଗ କଲା ଏଆଇସିସି, ନୂଆ ରୂପ ପାଇବ ରାଜ୍ୟ କଂଗ୍ରେସ । ବଢ଼ିଲା ଚର୍ଚ୍ଚା କିଏ ହେବେ ପିସିସି ସଭାପତି

କନକବ୍ୟୁରୋ: ନିର୍ବାଚନ ପରେ ରାଜ୍ୟ କଂଗ୍ରେସକୁ ନେଇ ଯାହା ଚର୍ଚ୍ଚା ହେଉଥିଲା, ତାହା ସତ ହୋଇଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ଅନୁମୋଦନ କ୍ରମେ ଓଡିଶାର ସମସ୍ତ କମିଟିକୁ ଭଂଗ କରାଯାଇଛି। ବିଧାନସଭା ନିର୍ବାଚନରେ ଯଦିଓ ବିଧାୟକ ସଂଖ୍ୟା ୯ରୁ ୧୪କୁ ବଢିଛି। କିନ୍ତୁ ପିସିସି ସଭାପତି ମଧ୍ୟ ପଦ ହରାଇଛନ୍ତି । ଜିଲ୍ଲା ସଭାପତିଙ୍କୁ କାମଚଳା ସଭାପତି ଭାବେ ଦାୟିତ୍ୱ ଦିଆଯାଇଛି । କିନ୍ତୁ ପ୍ରଶ୍ନ ଉଠିଛି କିଏ ହେବେ ଆଗାମୀ ପିସିସି ସଭାପତି। ନିର୍ବାଚନ ପରେ ରାଜ୍ୟ କଂଗ୍ରେସକୁ ନେଇ ଯାହା ଚର୍ଚ୍ଚା ହେଉଥିଲା, ତାହା ସତ ହୋଇଛି। ଓଡିଶା ପ୍ରଦେଶ କଂଗ୍ରେସ କମିଟିକୁ ଭାଂଗି ଦେଇଛି ଏଆଇସିସି। କଂଗ୍ରେସ ସଭାପତିଙ୍କ ଅନୁମୋଦନ କ୍ରମେ ସବୁ କମିଟିକୁ ଭଂଗ କରାଯାଇଛି।

ରାଜ୍ୟ କଂଗ୍ରେସର ବଡ ଅଦଳବଦଳ ହେବା ନେଇ ଚର୍ଚ୍ଚା ଭିତରେ ଏଆଇସିସି ଓଡିଶା ପ୍ରଦେଶ କଂଗ୍ରେସ କମିଟିକୁ ଭାଂଗି ଦେଇଛି। କଂଗ୍ରେସ ସଭାପତିଙ୍କ ଅନୁମୋଦନ କ୍ରମେ ରାଜ୍ୟ କଂଗ୍ରେସର ସବୁ କମିଟିକୁ ଭଂଗ କରାଯାଇଛି। ପିସିସି ଓ କାର୍ୟ୍ୟକାରୀ କମିଟି ଭଂଗ ହୋଇଛି। ପିସିସି କମିଟି ଭଂଗ ହେବା ପରେ ପିସିସି ସଭାପତିଙ୍କ ସମେତ ସମସ୍ତ ପଦାଧିକାରୀ ପଦବୀରୁ ହଟିଛନ୍ତି। ଆଉ ଏବେ ପିସିସି ଠାରୁ ଆରମ୍ଭ କରି ଜିଲ୍ଲା, ବ୍ଲକ ଓ ମଣ୍ଡଳସ୍ତରୀୟ ପର୍ୟ୍ୟନ୍ତ ସବୁ ନୂଆ କମିଟି ଗଠନ ହେବ। ଏବଂ ନୂଆ ପଦାଧିକାରୀ ନିଯୁକ୍ତି ହେବେ।

ଏଆଇସିସି ପିସିସି କମିଟିକୁ ଭାଂଗି ଦେବା ପରେ, ଏବେ ଚର୍ଚ୍ଚା କିଏ ହେବେ ରାଜ୍ୟ କଂଗ୍ରେସର ନୂଆ ସଭାପତି? ଶରତ ପଟ୍ଟନାୟକଙ୍କ ସ୍ଥାନ କିଏ ନେବେ? ରେସରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ନେତା ଭକ୍ତ ଚରଣ ଦାସ, ମହମ୍ମଦ ମୋକିମ, ତାରା ପ୍ରସାଦ ବାହିନୀପତି, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ଙ୍କ ନାଁ ମଧ୍ୟ ରହିଥିବା ଚର୍ଚ୍ଚା ହେଉଛି। ୨୦୨୪ ନିର୍ବାଚନରେ କଂଗ୍ରେସ ବିଧାୟକଙ୍କ ସଂଖ୍ୟା ୯ରୁ ୧୪କୁ ବୃଦ୍ଧି ପାଇଛି । ବିଶେଷକରି ଦକ୍ଷିଣ ଓଡିଶାରେ କଂଗ୍ରେସ ଭଲ ପ୍ରଦର୍ଶନ କରିଛି। ତେଣୁ ଆଗକୁ ସଂଗଠନକୁ ଅଧିକ ମଜବୁତ କରିବାକୁ ସେହିଭଳି ନେତାଙ୍କୁ ଚୟନ କରିବାକୁ ଲକ୍ଷ୍ୟ ରଖିଛି ଏଆଇସିସି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe