କଂଗ୍ରେସ ପ୍ରମୁଖ ରାହୁଲ ଗାନ୍ଧୀ ଲୋକସଭା ନିର୍ବାଚନରେ ଖୁବ୍ ବ୍ୟସ୍ତ ଅଛନ୍ତି ଏବଂ ଲଗାତାର ରାଲୀ କରୁଛନ୍ତି । କିନ୍ତୁ ଶୁକ୍ରବାର ତାଙ୍କ ହେଲିକ୍ୟାପ୍ଟରରେ କିଛି ଅସୁବିଧା ଦେଖାଦେଇଥିଲା । ଏହାପରେ ରାହୁଲ୍ ଗାନ୍ଧୀ ନିଜେ ଆଗକୁ ବଢି ହେଲିକ୍ୟାପ୍ଟରର ମରାମତି କରିବାକୁ ଲାଗିଥିଲେ । ଏହି ଘଟଣା ହିମାଚଳ ପ୍ରଦେଶ ଉନ୍ନାର । ତେବେ ରାହୁଲ ଗାନ୍ଧୀ ହେଲିକ୍ୟାପ୍ଟର ମରାମତିର ଫଟୋକୁ ଇଷ୍ଟାଗ୍ରାମ୍ ରେ ପୋଷ୍ଟ କରି ଲେଖିଥିଲେ , ଭଲ ଟିମୱାର୍କର ଅର୍ଥ ହେଉଛି ସବୁ ଲୋକ ଏକ ସଙ୍ଗେ ସମସ୍ତଙ୍କ ସହ ଏକତ୍ରିତ ହୋଇ କାମ କରିବା ।
ଗୋଟିଏ ଫଟୋରେ ରାହୁଲ ତଳକୁ ଓହ୍ଲାଇ ହେଲିକ୍ୟାପ୍ଟର ଦେଖୁଥିବାର ନଜର ଆସୁଥିବା ବେଳେ ରାହୁଲଙ୍କ ଫେସବୁକ୍ ରେ ମଧ୍ୟ ଏହାର ଭିଡିଓ ସେୟାର୍ କରାଯାଇଛି । ସୋସିଆଲ୍ ମିଡିଆରେ ରାହୁଲ ଗାନ୍ଧୀଙ୍କ ଦ୍ୱାରା ହେଲିକ୍ୟାପ୍ଟର ଠିକ୍ ହେବାର ଭିଡିଓ ଭାଇରାଲ୍ ହୋଇଯାଇଛି । କିଛି ଲୋକ ଏହି ଭିଡିଓ ଦେଖି ରାହୁଲଙ୍କ ପ୍ରଶଂସା କରୁଥିବା ବେଳେ ଆଉ କିଛି ଲୋକ ଏହାକୁ ପବ୍ଲିକ୍ ଷ୍ଟଣ୍ଟ ବୋଲି କହିଛନ୍ତିି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/05/rahul-gandhi-repairs-helicopter.jpg)
/kanak/media/post_attachments/wp-content/uploads/2019/05/zzz.jpg)