କେନ୍ଦୁଝର ଲୋକସଭା ସହ ତିନି ବିଧାନସଭା ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ । ପଢ଼ନ୍ତୁ କାହାକୁ ମିଳିଲା କେଉଁଠି ଲଢ଼ିବାକୁ ଟିକେଟ୍…

1,804

କନକ ବ୍ୟୁରୋ: ୩ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ସମ୍ବଲପୁରରେ ଦୁଲାଲ ଚନ୍ଦ୍ର ପ୍ରଧାନ, କେନ୍ଦୁଝରରେ ବିନୋଦ ବିହାରୀ ନାୟକ ଓ ଆସ୍କାରେ ଦେବକାନ୍ତ ଶର୍ମା ପ୍ରାର୍ଥୀ ହେବେ । ସମ୍ବଲପୁରରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପି ପ୍ରାର୍ଥୀ ହୋଇଥିବାବେଳେ ବିଜେଡିରୁ ପ୍ରଣବ ପ୍ରକାଶ ଦାସ ପ୍ରାର୍ଥୀ ହୋଇଛନ୍ତି । କେନ୍ଦୁଝରରୁ ପ୍ରାର୍ଥୀ ପରିବର୍ତ୍ତନ କରିଛି କଂଗ୍ରେସ । ଏଠାରୁ ମୋହନ ହେମ୍ବ୍ରମଙ୍କ ସ୍ଥାନରେ ପ୍ରାର୍ଥୀ ହେବେ ବିନୋଦ ବିହାରୀ ନାୟକ । ଜୟଦେବରେ ଜୟନ୍ତ କୁମାର ଭୋଇଙ୍କ ସ୍ଥାନରେ କୃଷ୍ଣଚନ୍ଦ୍ର ସଗରିଆଙ୍କୁ ଟିକେଟ୍ ଦେଇଛି ଦଳ । ସେହିଭଳି କଣ୍ଟାମାଳ ମନୋଜ ଆଚାର୍ଯ୍ୟଙ୍କ ସ୍ଥାନରେ ଶରତ ପ୍ରଧାନ, କବିସୂର୍ଯ୍ୟନଗରରେ ବିପିନବିହାରୀଙ୍କ ବଦଳରେ ସଞ୍ଜୟ ମଣ୍ଡଳଙ୍କୁ ଦଳ ଟିକେଟ୍ ଦେଇଛି ।