କନକ ବ୍ୟୁରୋ :  କଂଗ୍ରେସ ପାଳୁଛି କ୍ରାନ୍ତି ଦିବସ । ଅଗଷ୍ଟ ୯ ତାରିଖ ୧୯୪୨ ସ୍ୱାଧୀନତା ସଂଗ୍ରାମର ଏକ ଅବିସ୍ମରଣୀୟ ଦିନ । ଏହାକୁ କ୍ରାନ୍ତି ଦିବସ ରୁପେ ପାଳନ କରାଯାଉଛି । ପରାଧିନତାରୁ ମୁକ୍ତି ପାଇଁ ଅଜିର ଦିନରେ ଭାରତ ଛାଡ଼ ଆନ୍ଦୋଳନ ଡ଼ାକରା ଦିଆଯାଇଥିଲା ।

Advertisment

ଭୁବନେଶ୍ୱର କଳ୍ପନା ଛକରେ ଥିବା ସହୀଦ ସ୍ତମ୍ଭରେ ପୁଷ୍ପମାଲ୍ୟ ଅର୍ପଣ କରିଛି କଂଗ୍ରେସ । ଏହା ସହ କଂଗ୍ରେସ କାର୍ଯ୍ୟାଳୟରେ ଥିବା ସ୍ୱାଧୀନତା ସଂଗ୍ରମୀଙ୍କ ମୁର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ସହୀଦଙ୍କ ସ୍ମୃତି ଚାରଣ କରିଛି କଂଗ୍ରେସ । କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ସମେତ କଂଗ୍ରେସର ଅନ୍ୟ କର୍ମକର୍ତା ଉପସ୍ଥିତ ଥିଲେ ।