କନକ ବ୍ୟୁରୋ : ୩ ବିବାଦୀୟ କୃଷି ଆଇନକୁ କେନ୍ଦ୍ର ସରକାର ପ୍ରତ୍ୟାହାର କରିବାକୁ ନିଷ୍ପତି ନେଇଛନ୍ତି । କିନ୍ତୁ ଏହାପରେ ମଧ୍ୟ ରାଜନୀତି ଶେଷ ହୋଇନାହିଁ । ଆଜି ଦେଶ ବ୍ୟାପୀ କିଷାନ ବିଜୟ ଦିବସ ପାଳନ କରିବାକୁ କଂଗ୍ରେସ କହିଛି । କେନ୍ଦ୍ର ସରକାର ଯଦି ଏଇ ନିଷ୍ପତ୍ତି ଆଗରୁ ନେଇଥାନ୍ତେ ତେବେ ଶହ ଶହ ଚାଷିଙ୍କ ଜୀବନ ବଞ୍ଚି ଯାଇଥାନ୍ତା ବୋଲି କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ।
କେନ୍ଦ୍ର ସରକାରଙ୍କ କଠୋର ଆଇନ ବିରୁଦ୍ଧରେ ଲଢେଇ କରି ଚାଷୀ ମାନେ ବିଜୟ ହାସଲ କଲେ । ଚାଷୀ ମାନେ ଦେଇଥିବା ବଳିଦାନ ସ୍ମରଣ କରିବା ପାଇଁ କିଷାନ ବିଜୟ ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଛି କଂଗ୍ରେସ । ସେହିପରି ସମସ୍ତ ରାଜ୍ୟଗୁଡିକୁ ବଡ ବଡ ରାଲି ଓ ସଭା କରିବାକୁ ଆହ୍ୱାନ ଦେଇଛି କଂଗ୍ରେସ ।
देश के अन्नदाता ने सत्याग्रह से अहंकार का सर झुका दिया।
अन्याय के खिलाफ़ ये जीत मुबारक हो!जय हिंद, जय हिंद का किसान!#FarmersProtesthttps://t.co/enrWm6f3Sq
— Rahul Gandhi (@RahulGandhi) November 19, 2021
କୃଷି ଆଇନ ପ୍ରତ୍ୟାହାର କରିବାକୁ ମୋଦୀ ଘୋଷଣା କରିବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହାକୁ ନେଇ ଟୁଇଟ କରି ନିଜର ପ୍ରତିକ୍ରିୟା ରଖିଥିଲେ । ଦେଶର ଅନ୍ନଦାତା ଆନ୍ଦୋଳନ ମାଧ୍ୟମରେ ଅହଂକାରର ମୁଣ୍ଡ ତଳକୁ ନୁଆଁଇଛନ୍ତି । ଅନ୍ୟାୟ ବିରୋଧରେ ହୋଇଥିବା ଏହି ବିଜୟକୁ ସ୍ୱାଗତ ଜଣାଇଛନ୍ତି ରାହୁଲ । ଜୟ ହିନ୍ଦ୍ ଏବଂ ଜୟ କିଷାନ ବୋଲି କହିଛନ୍ତି ରାହୁଲ ।