ନିର୍ବାଚନ ତାରିଖ ଘୋଷଣା ଟିକେଟ ପାଇଁ କସରତ: ଦିଲ୍ଲୀରେ ଏଆଇସିସିର ସ୍କ୍ରିନିଂ କମିଟି ବୈଠକ, ପିଇସି ପଠାଇଥିବା ତାଲିକା ଉପରେ ଶେଷ ଆଲୋଚନା

200

କନକ ବ୍ୟୁରୋ: ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ଟିକେତ ବଂଟନ ପାଇଁ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ କସରତ ଆରମ୍ଭ ହୋଇଯାଇଛି । ପ୍ରାର୍ଥୀ ତାଲିକାକୁ ଶେଷ ରୂପ ଦେବାକୁ ଲାଗିପଡିଛନ୍ତି ରାଜନୈତିକ ଦଳ । ଆଜି ଦିଲ୍ଲୀରେ ବସୁଛି କଂଗ୍ରେସର ଏଆଇସିସି ସ୍କ୍ରିନିଂ କମିଟି ବୈଠକ ।

ରାଜ୍ୟ କଂଗ୍ରେସ କମିଟି ପଠାଇଥିବା ତାଲିକାକୁ ନେଇ ଏହି ଆଲୋଚନା ପରେ ପ୍ରାର୍ଥୀ ତାଲିକା କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ପାଖକୁ ପଠାଯିବ । ଦିଲ୍ଲୀ ବୈଠକରେ ଯୋଗଦେବାକୁ ନିରଞ୍ଜନ ପଟ୍ଟନାୟକ ଓ ନରସିଂହ ମିଶ୍ର ଦିଲ୍ଲୀ ଯାଇଛନ୍ତି । ନିକଟରେ କେନ୍ଦ୍ରୀୟ ସ୍କ୍ରିନିଂ କମିଟି ଓ ପ୍ରଦେଶ ଇଲେକ୍ସନ କମିଟି ବୈଠକ ବସି ସମ୍ଭାବ୍ୟ ଆଶାୟୀ ତାଲିକା ଚୂଡାନ୍ତ ହୋଇ ଦିଲ୍ଲୀ ପଠାଯାଇଥିଲା ।

 

ଗତକାଲି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ନିର୍ବାଚନ ତାରିଖ ଘୋଷଣା କରିବା ପରେ ସବୁ ଦଳରେ ପ୍ରାର୍ଥୀ ଘୋଷଣା ନେଇ ତତ୍ପରତା ଦେଖାଇଛନ୍ତି । ନିକଟରେ କଂଗ୍ରେସ ପକ୍ଷରୁ କେନ୍ଦ୍ରୀୟ ସ୍ତ୍ରିନିଂ କମିଟି ଏବଂ ପିଇସ ବୈଠକ ଅନୁଷ୍ଠିତ ହୋଇ ସମ୍ଭାବ୍ୟ ଆଶାୟୀ ତାଲିକା ଚୂଡାନ୍ତ ହୋଇ ଦିଲ୍ଲୀ ପଠାଯାଇଥିଲା । ଆଜି ଏଆଇସିସିର ସ୍ତ୍ରିନିଂ କମିଟି ଦିଲ୍ଲୀରେ ବସୁଛି । ଏଥିରେ ସାମିଲ ହେବାକୁ ବିରୋଧୀ ଦଳର ନେତା ନରସିଂହ ମିଶ୍ର ଏବ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଂଜନ ପଟ୍ଟନାୟକ ଦିଲ୍ଲୀ ଗସ୍ତରେ ଯାଇଛନ୍ତି । ତେବେ ରାଜ୍ୟ କଂଗ୍ରେସ କମିଟି ପଠାଇଥିବା ତାଲିକାକୁ ନେଇ ଏହି ଆଲୋଚନା ପରେ ପ୍ରାର୍ଥୀ ତାଲିକା କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ପାଖକୁ ପଠାଯିବ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜେ ପରଖିବେ ।