ଧାମନଗର ଉପନିର୍ବାଚନ : ଆଜି ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ; ସେପଟେ, ବିଜେଡି ଟିକେଟ୍ କିଏ ପାଇବ ତାକୁ ନେଇ ସମସ୍ତଙ୍କର ନଜର

85

କନକ ବ୍ୟୁରୋ : ଧାମନଗରରେ ବିଜେପି ପ୍ରାର୍ଥୀ ଘୋଷଣା କରିଥିବାବେଳେ ବିଜେଡି ଓ କଂଗ୍ରେସର ପ୍ରାର୍ଥୀ କିଏ ହେବ ତାକୁ ନେଇ ସସପେନ୍ସ ଜାରି ରହିଛି । ଏହାରି ଭିତରେ ଆଜି କଂଗେସ ପ୍ରାର୍ଥଙ୍କ ନାମ ଘୋଷଣା କରିବ ବୋଲି କହିଛି । କଂଗ୍ରେସର ଧାମନଗର ଉପନିର୍ବାଚନ କମିଟିରେ ନାଁ ଚୂଡାନ୍ତ ହୋଇସାରିଛି । ଏଆଇସିସିକୁ ନାଁ ପଠାଯାଇଛି । ସ୍ଥାନୀୟ ଅଂଚଳର ବ୍ୟକ୍ତିକୁ ହିଁ ପ୍ରାର୍ଥୀ କରାଯିବ ବୋଲି କଂଗ୍ରେସ ସଙ୍କେତ ଦେଇଛି । ଦଳ ଏକାଠି ହୋଇ ଲଢିବ ଓ ବିଜେଡିକୁ ଟକ୍କର ଦେବ ବୋଲି ପିସିସି ସଭାପତି କହିଛନ୍ତି ।

କଂଗ୍ରେସରେ ଦୁଇଟି ନାଁକୁ ନେଇ ଚର୍ଚ୍ଚା ହେଉଛି । ବାବା ହରେକଷ୍ଣ ସେଠୀ ଓ ପୂର୍ବତନ ବିଧାୟକ ପଂଚାନନ ମଣ୍ଡଳ ଟିକେଟ ଦୌଡରେ ଅଛନ୍ତି । ହେଲେ ସମସ୍ତଙ୍କ ନଜର ରହିଛି କିଏ ହେବ ବିଜେଡିର ପ୍ରାର୍ଥୀ । ଏ ନେଇ ଦଳର ଘନ ଘନ ବୈଠକ ଚାଲିଛି । ଏପଟେ ଆଜି ବିଜେପି ପ୍ରାର୍ଥୀ ସୁର୍ଯ୍ୟବଂଶୀ ସୁଜର ପ୍ରାର୍ଥପତ୍ର ଦାଖଲ କରିବା ନେଇ ସୂଚନା ମିଳିଛି । ଗତକାଲୀ ପୂଜାପାଠ କରି ପ୍ରଚାର ଆରମ୍ଭ କରିଥିଲା ବିଜେପି । ୨୦୧୯ ନିର୍ବାଚନରେ ଧାମନଗର ବିଧାନସଭା ଆସନରେ ମାତ୍ର କମ ଭୋଟ ବ୍ୟବଧାନରେ ହାରିଥିଲା ବିଜେଡି । ତେବେ ଉପନିର୍ବାଚନରେ ବିଜେଡିର ବିଜୟ ଧାରା ଅବ୍ୟାହତ ରହିଥିବାରୁ ଏହାକୁ ବଜାୟ ରଖିବାକୁ ବିଜେଡି ସବୁପ୍ରକାରର ଉଦ୍ୟମ ଆରମ୍ଭ କରିଛି ।