ଥିରୁଅନନ୍ତପୁରମ୍ ଆସନରୁ ବିଜୟୀ ହେଲେ ଶଶି ଥରୁର, ବିଜେପିର ରାଜୀବ ଚନ୍ଦ୍ରଶେଖରଙ୍କୁ କଲେ ପରାଜିତ

124

କନକ ବ୍ୟୁରୋ : କେରଳରେ କଂଗ୍ରେସର ଭଲ ପ୍ରଦର୍ଶନ କରିଛି । ଏହି କ୍ରମରେ କଂଗ୍ରେସର ବରିଷ୍ଠ ନେତା ଶଶି ଥରୁରୁ ବିଜୟୀ ହୋଇଛନ୍ତି । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ରାଜୀବ୍ ଚନ୍ଦ୍ରଶେଖରଙ୍କୁ ପରାଜିତ କରିଛନ୍ତି । ଶଶିଥରୁରଙ୍କୁ ୩ ଲକ୍ଷ ୫୮ ହଜାର ୧୫୫ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ରାଜୀବ ଚନ୍ଦ୍ରଶେଖରଙ୍କୁ ୩ ଲକ୍ଷ ୪୨ ହଜାର ୭୮ ଖଣ୍ଡ ଭୋଟ ମିଳିଛି ।  ଅର୍ଥାତ ଶଶି ଥରୁର ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀଙ୍କୁ ୧୬ ହଜାର ୭୭ ଖଣ୍ଡ ଭୋଟରେ ପରାଜିତ କରିଛନ୍ତି । ସେହିଭଳି ଏଠାରେ ସିପିଆଇରୁ ପ୍ରାର୍ଥୀ ହୋଇଥିବା ପନ୍ନିନିଅନ ରବିନ୍ଦ୍ରନ ତୃତୀୟ ସ୍ଥାନରେ ରହି ୨ ଲକ୍ଷ ୪୭ ହଜାର ୬୪୮ ଖଣ୍ଡ ଭୋଟ ମିଳିଛି ।