କନକ ବ୍ୟୁରୋ : କରୋନା ମହାମାରୀ ପୁରାଦେଶ ପାଇଁ କାଳ ହୋଇଯାଇଥିବା ବେଳେ ବିଶେଷ ଭାବେ ଦେଶରେ କଂଗ୍ରେସ ପାଇଁ ଏହା ଅଧିକ ବିପଦ ହୋଇଛି । ଗତକାଲି ଓଡିଶାର ପିପିଲି ବିଧାନସଭା ପାଇଁ ହେବାକୁ ଥିବା ଉପନିର୍ବାଚନରେ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇଥିବା ଅଜିତ୍ ମଙ୍ଗରାଜଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ପରେ ଆଜି ପଶ୍ଚିମବଙ୍ଗର ମୁର୍ସିଦାବାଦ ବିଧାନସଭା କ୍ଷେତ୍ରରୁ କଂଗ୍ରେସରୁ ବିଧାୟକ ପ୍ରାର୍ଥୀ ହୋଇଥିବା ରିଜାଓଲ୍ ହକଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି । ସେ ସଂଯୁକ୍ତମୋର୍ଚ୍ଚା ସମର୍ଥନରେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲେ । ନିର୍ବାଚନ ପ୍ରଚାର ବେଳେ ସେ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ । ହେଲେ ଆଜି ତାଙ୍କର ମୃତ୍ୟୁ ହୋଇଛି ।
ପିପିଲିରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ମୃତ୍ୟୁପରେ ପଶ୍ଚିମବଙ୍ଗରେ ଜଣେ କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କ ମୃତ୍ୟୁ
Advertisment
Follow Us