ଫର୍ମ ପୂରଣ ସରିଥିଲା,ସମର୍ଥକ ବି ପ୍ରସ୍ତୁତ ଥିଲେ । କିନ୍ତୁ ବିଳମ୍ବରେ ପହଞ୍ଚିବାରୁ ପ୍ରାର୍ଥିପତ୍ର ଦାଖଲ କରି ପାରିଲେନି ଆସିକା ବିଧାନସଭା କଂଗ୍ରେସ ପ୍ରାର୍ଥୀ

Advertisment
ଫର୍ମ ପୂରଣ ସରିଥିଲା,ସମର୍ଥକ ବି ପ୍ରସ୍ତୁତ ଥିଲେ । କିନ୍ତୁ ବିଳମ୍ବରେ ପହଞ୍ଚିବାରୁ ପ୍ରାର୍ଥିପତ୍ର ଦାଖଲ କରି ପାରିଲେନି ଆସିକା ବିଧାନସଭା କଂଗ୍ରେସ ପ୍ରାର୍ଥୀ

କନକ ବ୍ୟୁରୋ: ଫର୍ମ ପୂରଣ ସରିଥିଲା। ସମର୍ଥକ ବି ପ୍ରସ୍ତୁତ ହୋଇ ଥିବା ବେଳେ ଶୋଭାଯାତ୍ରା ମଧ୍ୟ ଶେଷ ହୋଇଥିଲା। କିନ୍ତୁ ବିଳମ୍ବରେ ପହଞ୍ଚିବାରୁ ନାମାଙ୍କନ ଦାଖଲ କରିପାରିନାହାନ୍ତି ଆସିକା ବିଧାନସଭା କଂଗ୍ରେସ ପ୍ରାର୍ଥୀ ମନୋଜ ଜେନା। ତେବେ ଆଜି ଶେଷ ଦିନ ଥିବାରୁ ମନୋଜ ଆଶ୍ବସ୍ତ ହୋଇଛନ୍ତି।

publive-image image courtesy - en.wikipedia.org

ନାମାଙ୍କନ ଦାଖଲ ପାଇଁ ସମୟସୀମା ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଥିବା ବେଳେ ମନୋଜ ତାଙ୍କ ସମର୍ଥକଙ୍କ ସହ ଆସିକା ଚିନି କଳ ଠାରୁ ଶୋଭାଯାତ୍ରା ଆରମ୍ଭ କରି ସହର ପରିକ୍ରମା କରି ଭଞ୍ଜନଗରରେ ପହଞ୍ଚି ଥିଲେ। ଭଞ୍ଜନଗର ଉପଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟ ପାଖରେ ପହଞ୍ଚିବା ବେଳକୁ ପାଖାପାଖି ୩ଟା ବାଜି ସାରିଥିଲା। ଫଳରେ ନାମାଙ୍କନ ଦାଖଲ ହୋଇପାରିବନି ବୋଲି ଅତିରିକ୍ତ ଜିଲ୍ଲାପାଳ କହିଥିଲେ। ଆଜି ନାମାଙ୍କନ ଦାଖଲ କରିବା ନେଇ ମନୋଜ ଜେନା ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe