ସ୍ୱାଭିମାନ ଅଞ୍ଚଳରେ କଂଗ୍ରେସର ବାଜିମାତ୍ । ଚିତ୍ରକୋଣ୍ଡାରେ କଂଗ୍ରେସ ପ୍ରାର୍ଥୀ ମଙ୍ଗୁ ଖିଲ ବିଜୟୀ ।

118

କନକ ବ୍ୟୁରୋ: ରାଜ୍ୟରେ ବିଜେପି ଲିଡ କରୁଥିବାବେଳେ ବିଜେଡି ପଡିଯାଇଛି । କିନ୍ତୁ ଏ ଦୃଷ୍ଟିରୁ ଦେଖିବାକୁ ଗଲେ କଂଗ୍ରେସ ଭଲ ପରିଣାମ ଆଣୁଥିବା ଦେଖିବାକୁ ମିଳୁଛି । ସ୍ୱାଭିମାନ ଅଞ୍ଚଳରେ କଂଗ୍ରେସ ବାଜିମାତ୍ କରିଛି । କଂଗ୍ରେସ ବିଧାୟକ ପ୍ରାର୍ଥୀ ମଙ୍ଗୁ ଖିଲ ବିଜେଡି ଓ ବିଜେପିର ବଡ ବଡ ଚେହେରାଙ୍କୁ ପଛରେ ପକାଇ ବିଜୟୀ ହୋଇଛନ୍ତି । ଏଠାରେ ଦୁଇ ଦଶନ୍ଧି ଧରି ବିଜେଡି ଶାସନ କରିଆସୁଥିଲେ ବି ଏଥର କିନ୍ତୁ ସବୁ ଆକଳନକୁ ଭୁଲ ପ୍ରମାଣ କରି ବିଜୟୀ ହୋଇଛନ୍ତି କଂଗ୍ରେସ ପ୍ରାର୍ଥୀ ମଙ୍ଗୁ ଖିଲ ।