ବଦଳିଲା କଂଗ୍ରେସର ପ୍ରାର୍ଥୀ ତାଲିକା । ୨ଟି ସ୍ଥାନରେ ପ୍ରାର୍ଥୀ ପରିବର୍ତ୍ତନ କଲା କଂଗ୍ରେସ, ବାକି ୨ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଦଳ

499

କନକ ବ୍ୟୁରୋ : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବଳକା ଥିବା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ଏହାସହ ଦୁଇଟି ଆସନରେ ଘୋଷଣା କରାଯାଇଥିବା ପ୍ରାର୍ଥୀ ତାଲିକାରେ ପରିବର୍ତ୍ତନ କରିଛି କଂଗ୍ରେସ । ଜି ଉଦୟ ଗିରି ଓ ପାଟଣାଗଡ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ରାଉରକେଲା ଓ ହିଞ୍ଜିଳିରୁ ପ୍ରାର୍ଥୀ ପରିବର୍ତ୍ତନ କରିଛି କଂଗ୍ରେସ ।

ଜି ଉଦୟଗିରିରୁ ବିଧାୟକ ଥିବା ଜାକବ ପ୍ରଧାନଙ୍କ ସ୍ଥାନରେ ଶ୍ୟାମଘନ ପ୍ରଧାନଙ୍କୁ ଦଳ ଟିକେଟ ଦେଇଥିବା ବେଳେ ପାଟଣାଗଡରୁ ରମେଶ ପୁରୋହିତଙ୍କ ମୈଦାନକୁ ଓହ୍ଲାଇଛି ଦଳ । ସେହିଭଳି ରାଉରକେଲା ବିଧାନସଭା ଆସନ ପାଇଁ ମୁକ୍ତିକାନ୍ତ ବିଶ୍ୱାଳଙ୍କ ନାଁ ଦଳ ପୂର୍ବରୁ ଘୋଷଣା କରିଥିବା ବେଳେ ଆଜି ଏଥିରେ ପରିବର୍ତ୍ତନ କରିଛି ଦଳ । ମୁକ୍ତିକାନ୍ତ ନିର୍ବାଚନ ଲଢିବାକୁ ମନା କରିବା ପରେ ତାଙ୍କ ସ୍ଥାନରେ ବୀରେନ ସେନାପତିଙ୍କୁ ଦଳ ପ୍ରାର୍ଥୀ କରିଛି । ସେହିଭଳି ହିଞ୍ଜିଳି ଆସନରୁ ପୂର୍ବରୁ ରାମକୃଷ୍ଣ ପଣ୍ଡାଙ୍କ ନାଁ ଘୋଷଣା କରାଯାଇଥିବା ବେଳେ ଆଜି ସେହି ଆସନରୁ ପ୍ରାର୍ଥୀ ପରିବର୍ତ୍ତନ କରିଛି ଦଳ । ରାମକୃଷ୍ଣ ପଣ୍ଡାଙ୍କ ବଦଳରେ ଶମ୍ଭୁନାଥ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରିଛି ଦଳ ।