ପିପିଲି ଉପନିର୍ବାଚନ : ଭୋଟ ଦେଲେ କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ

99

କନକ ବ୍ୟୁରେ : ଭୋଟ୍ ଦେଇଛନ୍ତି ପିପିଲି କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ । ଡ଼େଲାଙ୍ଗ ବେରବୋଇ ଅଂଚଳର ଏକ ସରକାରୀ ଉଚ୍ଚ ବିଦ୍ୟାଳୟରେ ଭୋଟ୍ ଦେଇଛନ୍ତି ବିଶ୍ୱକେଶନ । ଡ଼େଲାଙ୍ଗ ପିପିଲି ଅଂଚଳରେ କିଭଳି ଶାନ୍ତି ଶୃଂଖଳା ବଜାୟ ରହିବ ତାହା ଉପରେ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି କଂଗ୍ରେସ ପ୍ରାର୍ଥୀ । ବର୍ତମାନ ଶୃଂଖଳିତ ଭାବେ ମତଦାନ ଚାଲିଥିବା କହିଛନ୍ତି ବିଶ୍ୱକେଶନ ହରିଚନ୍ଦନ ।

ସେହିଭଳି ବାପାଙ୍କ ଗଡ଼ରୁ ଭାଗ୍ୟ ପରୀକ୍ଷା କରୁଥିବା ରୁଦ୍ର ମହାରଥୀଙ୍କ ପାଇଁ ଭୋଟ୍ ଦେବାକୁ ପହଂଚିଛନ୍ତି ପୂରା ପରିବାର । ପିପିଲିର ପାଣିଦୋଳ ମତଦାନ କେନ୍ଦ୍ରରେ ମତଦାନ କରିଛନ୍ତି ପୂରା ମହାରଥୀ ପରିବାର । ସକାଳୁ ପିପିଲିର ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ସହ ଆସିଥିଲେ, ମାଆ, ସ୍ତ୍ରୀ, ଭଉଣୀ ଭିଣୋଇ । ରୁଦ୍ର ମହାରଥୀଙ୍କ ସହ ଭୋଟ୍ ଦେଇଛନ୍ତି ତାଙ୍କ ପତ୍ନୀ ଜାଗୃତି । ମାଆ ପ୍ରତିଭା ମହାରଥୀ, ଭଉଣୀ ପଲ୍ଲବୀ, ଭିଣୋଇ ଅର୍ଧେନ୍ଦୁ ମଧ୍ୟ ମତଦାନ କରିଛନ୍ତି ।

ଭୋଟ୍ ଦେଇଛନ୍ତି ପିପିଲି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ । ୨୩୪ ନମ୍ବର ବୁଥ୍ର କମାକନ୍ତିଆ ସରକାରୀ ଉଚ୍ଚବିଦ୍ୟାଳୟର ମତଦାନ କେନ୍ଦ୍ରରେ ସେ ଭୋଟ୍ ଦେଇଛନ୍ତି । ସମର୍ଥକଙ୍କ ସହ ଯାଇ ମତଦାନ କେନ୍ଦ୍ରରେ ପହଂଚିଥିଲେ । ଭୋଟ୍ ଦେବାକୁ ହ୍ୱିଲ୍ ଚେୟାରରେ ଯାଇଥିବା ଜଣେ ବୃଦ୍ଧାଙ୍କୁ ଭୋଟ ଗ୍ରହଣ କେନ୍ଦ୍ର ପର୍ଯ୍ୟନ୍ତ ନେଇ ଯାଇଥିଲେ ଆଶ୍ରିତ । ଭୋଟ୍ ଦେବାକୁ ଆସିବା ପୂର୍ବରୁ ସେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିବା କହିଛନ୍ତି ।