ଘନଉଛି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକଙ୍କ ମୃତ୍ୟୁ ବିବାଦ । ଜିଲ୍ଲାପାଳଙ୍କ ବଦଳି ଦାବିରେ କଂଗ୍ରେସର ମାଲକାନଗିରି ବନ୍ଦ ଡାକରା । ଦୋକାନ ବଜାର ବନ୍ଦ, ସମର୍ଥନକୁ ନେଇ ଆଦିବାସୀ ସଂଘ ଦୁଇଭାଗ

Advertisment
ଘନଉଛି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକଙ୍କ ମୃତ୍ୟୁ ବିବାଦ । ଜିଲ୍ଲାପାଳଙ୍କ ବଦଳି ଦାବିରେ କଂଗ୍ରେସର ମାଲକାନଗିରି ବନ୍ଦ ଡାକରା । ଦୋକାନ ବଜାର ବନ୍ଦ, ସମର୍ଥନକୁ ନେଇ ଆଦିବାସୀ ସଂଘ ଦୁଇଭାଗ

କନକ ବ୍ୟୁରୋ: ମାଲକାନଗିରି ଜିଲ୍ଲାପାଳଙ୍କୁ କେନ୍ଦ୍ର କରି ଦୁଇ ଭାଗ ହୋଇଗଲା ଆଦିବାସୀ ସଂଘ। ଗୋଟିଏ ସଂଘ ଆଜି କଂଗ୍ରେସର ବନ୍ଦ ପାଳନକୁ ସମର୍ଥନ କରୁଥିବା ବେଳେ ଅନ୍ୟ ଗୋଟିଏ ସଂଘ ସିଧାସଳଖ ବିରୋଧ କରୁଛି। ଅନ୍ୟପଟେ କିନ୍ତୁ କଂଗ୍ରେସ ବନ୍ଦ ପାଳନ ପାଇଁ ପ୍ରସ୍ତୁତି ଜାରି ରଖିଛି। କୌଣସି ପରିସ୍ଥିତିରେ ବି ଜିଲ୍ଲାପାଳଙ୍କୁ ଏଠାରେ ରହିବାକୁ ଦିଆଯିବ ନାହିଁ। ଆବଶ୍ୟକ ପଡ଼ିଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ ବଦଳି ଦାବିରେ ଆନ୍ଦୋଳନ ଚାଲିବ ବୋଲି କହିଛି।

ଜିଲ୍ଲାପାଳ ଦୁର୍ନୀତିରେ ବୁଡ଼ି ରହିଛନ୍ତି। ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ପାଇଁ ମଧ୍ୟ ଜିଲ୍ଲାପାଳ ହିଁ ଦାୟୀ। ଗତ ଦିନରେ ଏମିତି ସଂଗିନ ଅଭିଯୋଗ କରିଥିଲେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ। ରାଜ୍ୟ ସରକାର ତୁରନ୍ତ ଜିଲ୍ଲାପାଳଙ୍କୁ ବଦଳି କରନ୍ତୁ, ନଚେତ କଂଗ୍ରେସ ପକ୍ଷରୁ ପୂରା ଜିଲ୍ଲାରେ ବନ୍ଦ ପାଳନ କରାଯିବ ବୋଲି ସେ ଚେତାବନୀ ଦେଇଥିଲେ। ସରକାରଙ୍କୁ ୯ତାରିଖ ପର୍ଯ୍ୟନ୍ତ ଶ୍ରୀ ମାଝୀ ସମୟ ଦେଇଥିଲେ। ତେବେ ଏଯାବତ୍ ଜିଲ୍ଲାପାଳଙ୍କୁ ସରକାର ବଦଳି କରିନଥିବାରୁ ଆଜି ବଡ଼ଧରଣର ଆନ୍ଦୋଳନ କରିବାକୁ କଂଗ୍ରେସ ପ୍ରସ୍ତୁତି ଚଳାଇଥିବା ସୂଚନା ମିଳିଛି। ଏପରିକି ପୂରା ଜିଲ୍ଲାକୁ ବନ୍ଦ କରିଦେବାକୁ ଦଳ ନିଷ୍ପତ୍ତି ନେଇଛି।

ହେଲେ ବନ୍ଦ ପାଳନର ୨୪ଘଣ୍ଟା ପୂର୍ବରୁ ମାଲକାନଗିରି ଜିଲ୍ଲା ଆଦିବାସୀ ସଂଘ ଦୁଇ ଭାଗ ହୋଇଯାଇଛି। ପୂର୍ବତନ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଆଡମା ରାବା ଗୋଟିଏ ପ୍ରେସ୍ ବିଜ୍ଞପ୍ତି ଜାରି ଏହି ବନ୍ଦ ପାଳନକୁ ବିରୋଧ କରିଛନ୍ତି। ନିଜକୁ କୋୟା ଯୁବ ସଂଗଠନର ସଭାପତି ବୋଲି ଶ୍ରୀ ରାବା ଦର୍ଶାଇ କଂଗ୍ରେସର ବନ୍ଦକୁ ବିରୋଧ କରୁଥିବା କହିଛନ୍ତି। ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ବ୍ୟକ୍ତିଗତ ସ୍ବାର୍ଥ, ହିଂସାତ୍ମକ ଓ ନାକାରାତ୍ମକ ଭାବ ରଖି ଏହି ଆନ୍ଦୋଳନ କରୁଛନ୍ତି। ଯାହାକୁ ଆଦିବାସୀ ଯୁବ ସଂଗଠନ ବିରୋଧ ସହ ନିନ୍ଦା କରୁଛି। ଅନ୍ୟପଟେ ଶ୍ରୀ ରାମାଙ୍କ ବିଜ୍ଞପ୍ତିକୁ ଆଦିବାସୀ ମହସଂଘ ଖଣ୍ଡନ କରିଛି। କୋୟା ଆଦିବାସୀ ଯୁବକ ସଂଗଠନ ବୋଲି କିଛି ନାହିଁ। ଯେଉଁ ବ୍ୟକ୍ତି ଏହି ସଂଗଠନ ନାମରେ ବିଜ୍ଞପ୍ତି ଦେଇଛନ୍ତି ସେ ଜଣେ ରାଜନୈତିକ ଦଳର ନେତା। ନିଜର ସ୍ବାର୍ଥ ପାଇଁ ସେ ଏଭଳି କରିଛନ୍ତି। ଜିଲ୍ଲାପାଳ ଦୁର୍ନୀତିଗ୍ରସ୍ତ ହୋଇଥିବାରୁ ସଂଘ ତାଙ୍କୁ ବିରୋଧ କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe