କନକ ବ୍ୟୁରୋ : ବାଚସ୍ପତି ନିର୍ବାଚନକୁ ବୟକଟ୍ କରିବ କଂଗ୍ରେସ । ନୂଆଁଖାଇ ବାସୀ ଦିନ ନିର୍ବାଚନ ରଖାଯାଇଥିବାରୁ ଅପତି ଉଠାଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା । ନରସିଂହ ମିଶ୍ର କହିଛନ୍ତି ନିର୍ବାଚନରେ କଂଗ୍ରେସର କୌଣସି ବିଧାୟକ ଅଂଶଗ୍ରହଣ କରିବେ ନାହିଁ । ନୂଆଁଖାଇ ହେଉଛି ପଶ୍ଚିମ ଓଡ଼ିଶାର ସବୁଠୁ ବଡ଼ ପର୍ବ । ଏହାକୁ ଦୁଇ ଦିନ ଧରି ପାଳନ କରାଯାଇଥାଏ । ହେଲେ ଦୁର୍ଭାଗ୍ୟର କଥା ହେଉଛି ରାଜ୍ୟ ସରକାର ବାଚସ୍ପତି ନିର୍ବାଚନ ପାଇଁ ୨୧ ତାରିଖରେ ବିଧାନସଭା ଡାକିଛନ୍ତି । ଏହାକୁ ପ୍ରତିବାଦ କଲେ ମଧ୍ୟ ସରକାର ଶୁଣୁନାହାନ୍ତି ।

Advertisment

ପଶ୍ଚିମ ଓଡ଼ିଶାର ଲୋକଙ୍କ ଭାବାବେଗ ସହ ସରକାର ଖେଳୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ନରସିଂହ ମିଶ୍ର । ନରସିଂହ ମିଶ୍ରଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢ଼ୋଲକିଆ । ସେ କହିଛନ୍ତି ପଶ୍ଚିମ ଓଡ଼ିଶାକୁ ସବୁବେଳେ ମୁଖ୍ୟମନ୍ତ୍ରୀ ଅଧିକ ଗୁରୁତ୍ୱ ଦେଇଛନ୍ତି ।