ସର୍ବଦଳୀୟ ବୈଠକକୁ କଂଗ୍ରେସର ବର୍ଜନ । କହିଲା, ମଣ୍ଡି ଓ ଚାଷୀ ପ୍ରସଙ୍ଗରେ ଆଲୋଚନା ନକରି ବିଧାୟକ ସାନିଟାଇଜର ପିଇବା ପ୍ରସଙ୍ଗରେ ଚାଲିଛି ଚର୍ଚ୍ଚା । 

105

କନକ ବ୍ୟୁରୋ: ଗୃହର କାର୍ଯ୍ୟ ସୁପରିଚାଳନା ପାଇଁ ସର୍ବଦଳୀୟ ବୈଠକ ଡ଼ାକିଛନ୍ତି ବାଚସ୍ପତି । ହେଲେ ବୈଠକରୁ ଓହରି ଆସିଲା କଂଗ୍ରେସ । କହିଲା ମଣ୍ଡି ଓ ଚାଷୀ ପ୍ରସଙ୍ଗରେ ଆଲୋଚନା ନକରି ବିଧାୟକ ସାନିଟାଇଜ ପିଇବା ପ୍ରସଙ୍ଗରେ ଚାଲିଛି ଚର୍ଚ୍ଚା ଚାଲିଥିବା କହିଥିଲେ ବିଧାୟକ ତାରାବାହିନୀ ପତି । ସରକାରଙ୍କ ଟିଆରପି ଟିଆରପି କମୁଥିବାରୁ ଗୃହ ଚଳାଇ ଦେଉନାହାନ୍ତି ସରକାର ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି । ଆଇନ ଶୃଙ୍ଖଳା, ଜଙ୍ଗଲ ନିଆଁ ପ୍ରସଙ୍ଗରେ ଆଲୋଚନା ହେଲେ ସରକାର ବ୍ୟାକଫୁଟକୁ ଯିବେ ମୋହନ ମାଝି କହିଥିଲେ । ସରକାରଙ୍କ ଦୋଷ ଦୁର୍ବଳତା ପଦାରେ ପଡିଯିବ । ତେଣୁ ଜାଣିଶୁଣି ଗୃହ ଭିତରେ ସରକାରି ଦଳର ବିଧାୟକମାନେ ହଟ୍ଟଗୋଳ କରି ବନ୍ଦ କରୁଛନ୍ତି ବୋଲି ମୋହନ ମାଝୀ କହିଛନ୍ତି । 

ସେପଟେ ବିରୋଧୀର ଏଭଳି ଅଭିଯୋଗର ଉତର ରଖିଛି ଶାସକ ଦଳ ବିଜେଡି । ସରକାରୀ ଦଳର ଟିଆରପି କମିଛି କି ନାହିଁ ତାହା ଲୋକେ କହିବେ ବୋଲି କହିଛନ୍ତି ବିଜେଡି ବିଧାୟକ ଧ୍ରୁବ ସାହୁ । ସରକାର ସବୁ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଛନ୍ତି ଗୃହରେ ବିଧାୟକସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କରିବା ଦ୍ୱାରା ଗୃହ ମର୍ଯ୍ୟାଦା କ୍ଷୁର୍ଣ୍ଣ ହୋଇଛି ସେ କ୍ଷମା ମାଗନ୍ତୁ ବୋଲି ବିଜେଡି ବିଧାୟକ କହିଛନ୍ତି । ଗୃହ ଚାଲିପାରୁନଥିବା ପ୍ରସଙ୍ଗରେ ବାଚସ୍ପତି ସର୍ବଦଳୀୟ ବୈଠକ ଡ଼ାକି ସମସ୍ୟାର ସମାଧାନ କରନ୍ତୁ  ବୋଲି କଂଗ୍ରେସ କହିଥିଲା । ମଣ୍ଡିରୁ ଚାଷୀଙ୍କ ଧାନ କିଣିବା, ସୁବାଷ ପାଣିଗ୍ରାହୀ କ୍ଷମା ମାଗିବା ପ୍ରସଙ୍ଗ ନେଇ ଆଲୋଚନା ମାଧ୍ୟମରେ ସମାଧାନ କରାଯାଉ ବୋଲି ଦାବି କରିଥିଲେ । ତେବେ ଲଗାତର ୪ର୍ଥ ଦିନରେ ଶାସକ ବିରୋଧି ମୁହାଁ ମୁହିଁ । ଗୃହ ମଧ୍ୟଭାଗରେ ବିରୋଧୀଙ୍କ ହଟ୍ଟଗୋଳ ଓ ନାରାବାଜି  କରିଥିଲେ । ବିଭିନ୍ନ ସମସ୍ୟାକୁ ନେଇ ଗୃହରେ ହୋ-ହାଲ୍ଲା ହୋଇଥିବା ବେଳେ ଗୃହ ସାଢ଼େ ୪ଟା ଯାଏଁ ମୁଲତବୀ କରାଯାଇଥିଲା ।