କନକ ବ୍ୟୁରୋ: ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସପକ୍ଷରେ ବିଜେପି ଓ କଂଗ୍ରେସ । ଜଣଙ୍କ ପରେ ଜଣେ ମନ୍ତ୍ରୀ ଓ ବିଧାୟକ ଖଣ୍ଡପଡା ବିଧାୟକଙ୍କୁ ଘେରିବା କଥାକୁ ନାପସନ୍ଦ କରିଛନ୍ତି ବିରୋଧୀ । କଂଗ୍ରେସ ନେତା ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଓ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ବିଜେଡି ବିଧାୟକ, ସାଂସଦ ଓ ମନ୍ତ୍ରୀମାନଙ୍କୁ ଆତ୍ମସମ୍ମାନ ନେଇ ପ୍ରଶ୍ନ କରିଛନ୍ତି ।
- ସୌମ୍ୟଙ୍କ ସପକ୍ଷରେ କଂଗ୍ରେସ, ବିଜେପି
- ‘ବିଜେଡି ବିଧାୟକ, ସାଂସଦଙ୍କ ନାହିଁ ଆତ୍ମସମ୍ମାନ’
ଖଣ୍ଡପଡ଼ାର ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ଜଣେ ପରେ ବିଧାୟକ, ମନ୍ତ୍ରୀ ଆସି ଦେଉଥିବା ବୟାନକୁ ନାପସନ୍ଦ କରିଛନ୍ତି ଉଭୟ କଂଗ୍ରେସ ଓ ବିଜେପି । ସୌମ୍ୟଙ୍କ ସପକ୍ଷରେ ବାହାରି ଆଜି ବିଧିବଦ୍ଧ ସାମ୍ବାଦିକ ସମ୍ମିଳନୀ କରିଛି କଂଗ୍ରେସ । ଦଳର ନେତା ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ପ୍ରଶ୍ନ କରିଛନ୍ତି, ବିଜେଡିର ଯେଉଁମାନେ ସୌମ୍ୟ ପଟ୍ଟନାୟକଙ୍କ ବିରୋଧରେ କହୁଛନ୍ତି ସେମାନଙ୍କର ପରିଚୟ କ’ଣ? ମୁଖ୍ୟମନ୍ତ୍ରୀଙ୍କ ସଚିବଙ୍କ କଥାରେ ଏହି ନେତାମାନେ ସୌମ୍ୟଙ୍କ ବିରୋଧରେ ମନ୍ତବ୍ୟ ଦେଉଛନ୍ତି । ସେମାନେ ଜାଣିରଖିବା ଉଚିତ୍ ଯେ, ସୌମ୍ୟବାବୁ ହିମାଳୟ ପର୍ବତ, ତାଙ୍କ ଉପରକୁ ଟେକା ଫିଙ୍ଗିଲେ କିଛି ପ୍ରଭାବ ପଡିବ ନାହିଁ । ସୌମ୍ୟ ପଟ୍ଟନାୟକ କେବେ ପଦପଦବୀ ପଛରେ ଗୋଡ଼ାନ୍ତି ନାହିଁ ।
ସୂଚନାଯୋଗ୍ୟ ଯେ, ସମ୍ବାଦରେ ସମ୍ପାଦକୀୟ ଲେଖି ସୌମ୍ୟ ପଟ୍ଟନାୟକ କେତେକ ନୈତିକ ପ୍ରଶ୍ନ ଉଠାଇବା ପରେ, ଲଗାତର ୩ ଦିନ ହେଲା ୩ ଜଣ ମନ୍ତ୍ରୀ ସୌମ୍ୟ ପଟ୍ଟନାୟକଙ୍କ ବିରୋଧୀ ମନ୍ତବ୍ୟ ଦେଇଆସୁଛନ୍ତି । ଯେଉଁଥିରେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ । ସାଂସଦ କହିଛନ୍ତି, ୨୩ ବର୍ଷ ହେଲା ମୁଖ୍ୟମନ୍ତ୍ରୀ କାହାରି ଉପରେ ବିଶ୍ୱାସ ନକରିବା ଆଶ୍ଚର୍ଯ୍ୟର କଥା । ଜଣେ ନିମ୍ନ ପଦସ୍ଥ ସରକାରୀ କର୍ମଚାରୀଙ୍କ ଉପରେ କାହିଁକି ବିଶ୍ୱାସ କରିବେ? ତେଣୁ ବିଜେଡିର ବିଧାୟକ, ସାଂସଦ ଓ ମନ୍ତ୍ରୀମାନେ ସେମାନଙ୍କ ଆତ୍ମସମ୍ମାନ ରଖନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ବିଜେପି ସାଂସଦ । ସତ କହିବାକୁ ସୌମ୍ୟବାବୁଙ୍କ ସାହସ ରହିଛି, ତେଣୁ ବିଜେଡି ନେତାମାନେ ସତ ସହ ଛିଡ଼ା ହୁଅନ୍ତୁ ।
ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ ମଧ୍ୟ ଟ୍ୱିଟ୍ କରି ପ୍ରଶ୍ନ କରିଛନ୍ତି ଯେ, ସୌମ୍ୟରଞ୍ଜନ ପଟ୍ଟନାୟକ ଜଣେ ସଚିବଙ୍କ ଅଗଣତାନ୍ତ୍ରିକ କାର୍ଯ୍ୟକଳାପକୁ ସମାଲୋଚନା କରୁଛନ୍ତି ଏଥିରେ ମନ୍ତ୍ରୀମାନେ କାହିଁକି ଉତ୍ତର ଦେଉଛନ୍ତି । ବିଜେଡି ନେତାଙ୍କ ସଚିବ ବନ୍ଦନାର କାରଣ କେବଳ ଟିକେଟ୍ କଟିବା ଭୟ ନା ଆଉ କିଛି ଭିତିରିଆ କାରଣ ରହିଛି ବୋଲି ସେ ପ୍ରଶ୍ନ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg) 
  /kanak/media/member_avatars/2025/05/31/2025-05-31t055911608z-1001121283.png ) 
                                
                             Follow Us
 Follow Us/kanak/media/post_attachments/wp-content/uploads/2023/09/2-19.jpg)