କନକ ବ୍ୟୁରୋ : ସୁନ୍ଦରଗଡ ଜିଲ୍ଲାପରିଷଦ ଅଧ୍ୟକ୍ଷ ପଦ ହାତେଇବାକୁ ବିଜେଡି ଓ କଂଗ୍ରେସ ମଧ୍ୟରେ ହେଲା ମେଂଟ । ଆଉ ଏହି ମେଂଟକୁ ବିରୋଧ କରିଛନ୍ତି ସୁନ୍ଦରଗଡ ତଲସରାର ବିଧାୟକ ପ୍ରଫୁଲ ମାଝୀ । ଏହି ମେଂଟକୁ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି ପ୍ରଫୁଲ । ସେ କହିଛନ୍ତି ଯେ ଏହି ମେଂଟ ଆଦୌ ଗ୍ରହଣୀୟ ନୁହେଁ ।ଏହି ମେଂଟରେ ଘୋଡାବେପାର ହୋଇଛି ଓ କିଛି କଂଗ୍ରେସ କର୍ମୀ ସାମିଲ ହୋଇଛନ୍ତି ବୋଲି ପ୍ରଫୁଲ କହିଛନ୍ତି ।
ଏଥି ପାଇଁ କଂଗ୍ରେସକୁ ରାଜ୍ୟବାସୀ କ୍ଷମା କରିବେନି ଆଉ ସେ ଏଆଇସିସି ନିକଟରେ ଏ ସଂପର୍କରେ ଅଭିଯୋଗ କରିବେ ବୋଲି ପ୍ରଫୁଲ୍ଲ କହିଛନ୍ତି । ଆଜି ବିଜେଡିର ଇମା ଏକା ଓ ବିଜେପିର ବାସନ୍ତୀ ବାରିକଙ୍କ ମଧ୍ୟରେ କଡା ଟକ୍କର ହୋଇଥିଲା । ବିଜେଡି ୧୪ଟି ଜିଲ୍ଲା ପରିଷଦ ଜିତିଥିବାବେଳେ ବିଜେପି ୧୩ଟି ଜିଲାପରିଷଦ ଆସନକୁ କବଜା କରିଥିଲା । ଶେଷରେ କିନ୍ତୁ କଂଗ୍ରେସର ୫ ଜଣ କିଲାପରିଷଦ ସଭ୍ୟ ଓ ସ୍ୱାଧୀନ ପ୍ରାର୍ଥୀମାନେ ବିଜେଡିକୁ ସମର୍ଥନ ଦେଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-12-20h15m42s750.png)