୧୮ ଦିନରେ ପହଂଚିଲା କଂଗ୍ରେସର ଭାରତ ଯୋଡ଼ ଯାତ୍ରା । ଜୟରାମ ରମେଶ କହିଲେ ଏହା ଦଳପାଇଁ ବୁଷ୍ଟର ଡୋଜ

79

କନକ ବ୍ୟୁରୋ : କଂଗ୍ରେସର ଭାରତ ଯୋଡ ଯାତ୍ରା ବୁଧବାର ୧୮ ଦିନରେ ପହଂଚିଛି । ବୁଧବାର ରାହୁଲ ଗାନ୍ଧୀଙ୍କ ନିର୍ବାଚନ ମଣ୍ଡଳୀ ୱାୟନାଡରେ ଯାତ୍ରା କରିଛନ୍ତି ରାହୁଲ ଗାନ୍ଧୀ । ହଜାର ହଜାର ସମର୍ଥକଙ୍କ ସହ ରାହୁଲ ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନ ବୁଲି ଲୋକମାନଙ୍କ ସହ କଥା ହେଉଥିବା ଦେଖିବାକୁ ମିଳିଛି । ଏହି ଅବସରରେ କଂଗ୍ରେସ ନେତା ଜୟୀରାମ ରମେଶ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ଏହି ପଦଯାତ୍ରା ଦଳ ପାଇଁ ବୁଷ୍ଟର ଡୋଜ ଭାବେ କାମ କରିବ । କଂଗ୍ରେସକୁ ଅଧିକ ମଜଭୁତ କରିବା ପାଇଁ ଏହା ସହାୟକ ହେବ ବୋଲି ସେ କହିଛନ୍ତି । କହିରଖୁଛୁ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ଏହି ଭାରତ ଯୋଡ ଯାତ୍ରା ଚଳାଇଛି । କନ୍ୟାକୁମାରୀ ଠୁ ଆରମ୍ଭ ହୋଇଥିବା ଏହି ଯାତ୍ରା ୧୧ଟି ରାଜ୍ୟ ଅତିକ୍ରମ କରି କାଶ୍ମୀରରେ ଶେଷ ହେବ ।