ପୁଣି ପରାଜୟ ପଥରେ ‘ହାତ’ର ଯାତ୍ରା । ଏଥର ବି ଖାତା ଖୋଲିପାରିଲାନି କଂଗ୍ରେସ, ଜାଣନ୍ତୁ ଦିଲ୍ଲୀରେ କଂଗ୍ରେସର ଦୟନୀୟ ପରାଜୟ ପଛର ବଡ କାରଣ ।

831

କନକ ବ୍ୟୁରୋ : ଯେଉଁ ଦିଲ୍ଲୀ ଦରବାର, ଦିନେ କଂଗ୍ରେସର ଗଡ଼ ଭାବେ ସାରା ଭାରତରେ ଜଣାଯାଉଥିଲା, ସେଠି ‘ହାତ’ ଦଳକୁ ଏମିତି ଯେ ଦୟନୀୟ ପରାଜୟର ସାମ୍ନା କରିବାକୁ ପଡିବ, ତାହା ହୁଏତ କେହି ଭାବିନଥିବେ । ଦିଲ୍ଲୀ ବିଧାନସଭାର ଗତ ଦୁଇଟି ବଡ ନିର୍ବାଚନରେ ଜାରି ରହିଛି କଂଗ୍ରେସ ‘ଶୂନ’ ଯାତ୍ରା । ଅର୍ଥାତ ୨୦୧୫ ଏବଂ ୨୦୨୦ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଖାତା ଖୋଲିପାରିନି କଂଗ୍ରେସ ।

ଶୀଲା ଦୀକ୍ଷିତଙ୍କ ନେତୃତ୍ୱରେ କଂଗ୍ରେସ ଯେଉଁଠି ଦୀର୍ଘ ୧୫ ବର୍ଷ ଧରି ଶାସନ ଗାଦିରେ ବସିଥିଲା, ଆଜି ସେଠାରେ ଗୋଟିଏ ଆସନ ହାତେଇବା ଦଳ ପାଇଁ ସ୍ୱପ୍ନ ହୋଇପଡିଛି ।

ଆଉ ଏହାରି ଭିତରେ ବଡ ପ୍ରଶ୍ନ ଉଠୁଛି, ଦିଲ୍ଲୀ ଦରବାରରେ କାହିଁକି କଂଗ୍ରେସକୁ ମିଳିଲା ଏମିତି ଦୟନୀୟ ପରାଜୟ । ଆସନ୍ତୁ ନଜର ପକାଇବା କଂଗ୍ରେସ ପରାଜୟର ବଡ କାରଣ ଉପରେ ।

କାହିଁକି ଫେଲ୍ ମାରିଲା କଂଗ୍ରେସ ?

୧. ଦୁର୍ବଳ ରଣନୀତି ଓ ପ୍ରଚାର
୨. ଶୀଲା ଦୀକ୍ଷିତଙ୍କ ପରେ ବଡ ଚେହେରାର ଅଭାବ
୩. ରାହୁଲ ଓ ପ୍ରିୟଙ୍କାଙ୍କ ବିଳମ୍ବରେ ପ୍ରଚାର
୪. ବିମୁଦ୍ରାକରଣ-ଜିଏସଟି ଭଳି ପୁରୁଣା ପ୍ରସଙ୍ଗକୁ ଦୋହରାଇବା
୫. ନକରାତ୍ମକ ରାଜନୀତି ଓ ବ୍ୟକ୍ତିଗତ ଆକ୍ଷେପ
୬. ବିଳମ୍ବରେ ପ୍ରାର୍ଥୀ ଘୋଷଣା
୭. ନେତାଙ୍କ ମଧ୍ୟରେ ସମନ୍ୱୟ ନ ରହିବା
୮. କଂଗ୍ରେସ ଭୋଟ୍ ଆପକୁ ଚାଲିଯିବା

ଏହି କାରଣ ପାଇଁ ଏଥର ଦିଲ୍ଲୀବାସୀଙ୍କ ‘ଦିଲ୍’ ଜିତିବାରେ ବିଫଳ ହେଲା କଂଗ୍ରେସ । ଯେଉଁଠି ଦିନେ ଶୀଲା ଦିକ୍ଷିତଙ୍କ ପରି ଟାଣୁଆ ନେତା କଂଗ୍ରେସକୁ ହାଟ୍ରିକ୍ ବିଜୟର ସ୍ୱାଦ ଚଖାଇଥିଲେ, ସେହି ଦିଲ୍ଲୀରେ ଆଜି ଗୋଟିଏ ଆସନ ଜିତିବାରେ ମଧ୍ୟ ସମର୍ଥ ହୋଇପାରିନି ଦଳ । ଆଉ ହୁଏତ ଏହା ପଛରେ ବଡ କାରଣ ହେଉଛି କଂଗ୍ରେସର ଦୁର୍ବଳ ରଣନୀତି ଏବଂ ପ୍ରଚାର ।