କଂଗ୍ରେସ ଟିକେଟ ପାଇଁ ଟଙ୍କା କାରବାର । ଆଶାୟୀଙ୍କୁ ପ୍ରାର୍ଥୀ ଘୋଷଣା କରିବା ନେଇ ଅଭିଯୋଗ ପରେ ସତର୍କ କଲା ପିସିସି ।

550

କନକ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପାଇଁ ସବୁ ଦଳର ଜୋରଦାର ପ୍ରସ୍ତୁତି ଚାଲିଛି । ଏହାରି ଭିତରେ କଂଗ୍ରେସ ଟିକେଟ ପାଇଁ ଟଙ୍କା କାରବାର ହେଉଥିବା ଖବର ଚର୍ଚ୍ଚାକୁ ଆସିବା ପରେ ସତର୍କ କରାଇଲା ପ୍ରଦେଶ କଂଗ୍ରେସ କମିଟି । ଉଭୟ ବିଧାନସଭା ଓ ଲୋକସଭା ଆଶାୟୀ ପ୍ରାର୍ଥୀଙ୍କୁ ଟିକେଟ ଦିଆଯିବାର ପ୍ରତିଶ୍ରୁତି ଦେଇ କିଛି ବ୍ୟକ୍ତ ବିଶେଷ ଟଙ୍କା ଆଦାୟ କରୁଥିବା ଖବର ପିସିସି ସଭାପତିଙ୍କ ନଜରକୁ ଆସିଥିଲା । ଏଭଳି ଖବର ସାମ୍ନାକୁ ଆସିବା ପରେ ସବୁ ଜିଲ୍ଲା ସଭାପତି ଓ ରାଜ୍ୟ ସାମ୍ମୁଖ୍ୟଙ୍କୁ ପିସିସି ପକ୍ଷରୁ ଚିଠି ଦିଆଯାଇଛି ।

କୌଣସି ନେତା ଏଭଳି ଖବରକୁ ବିଶ୍ୱାସ ନକରିବାକୁ ଚିଠିରେ ସତର୍କ କରାଇ ଦିଆଯାଇଛି । ୨୦୨୪ ନିର୍ବାଚନ ପାଇଁ ଲୋକସଭା ଓ ବିଧାନସଭା ଟିକେଟ ନିର୍ଦ୍ଧାରିତ ସମୟରେ ଏଆଇସିସି ଦ୍ୱାରା ଘୋଷଣା କରାଯିବ ବୋଲି ପିସିସି ସଭାପତି କହିଛନ୍ତି ।