କନକ ବ୍ୟୁରୋ : ସଂସଦରେ ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ଡକାଯାଇଥିଲା । ଏହି ବୈଠକରେ ଶାସକଦଳ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ, ପିୟୁଷ ଗୋଏଲ, ପହ୍ଲାଦ ଜୋଷୀ, ଅର୍ଜୁନ ମେଘୱାଲ ଓ ମୁରଲୀଧରନ ଉପସ୍ଥିତ ଥିଲେ । ସେହିଭଳି କଂଗ୍ରେସ ପକ୍ଷରୁ ମଲ୍ଲିକାର୍ଜୁନ ଖଡଗେ, ଅଧିର ରଞ୍ଜନ ଚୌଧୁରୀ ଓ ଜୟରାମ ରମେଶ ବୈଠକରେ ଉପସ୍ଥିତ ଥିଲେ । ଏନସିପି ପକ୍ଷରୁ ଶରଦ ପାୱାର, ସୁପ୍ରିୟା ସୁଲେ ଉପସ୍ଥିତ ଥିବା ବେଳେ ଜେଡିୟୁରୁ ରାମନାଥ ଠାକୁର, ଆପ୍ ରୁ ସଂଜୟ ସିଂ, ଅକାଳୀ ଦଳରୁ ହରସମିତ କୌର , ଶିବସେନାରୁ ସଂଜୟ ରାୱତ ଓ ବିନାୟକ ରାୱତଙ୍କ ସମେତ ସମାଜବାଦୀ ପାର୍ଟିରୁ ଜାବେଦ ଅଲ୍ଲୀ ଉପସ୍ଥିତ ଥିଲେ ।

Advertisment

ହେଲେ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଅନୁପସ୍ଥିତି ନେଇ କଂଗ୍ରେସ ଆପତ୍ତି କରିଛି । ପାର୍ଟିର ରାଜ୍ୟସଭା ସାଂସଦ ଜୟରାମ ରମେଶ ଏକ ଟ୍ୱିଟ୍ କରି କହିଛନ୍ତି କି ମୌସୁମୀ ଅଧିବେଶନ ପୂର୍ବରୁ ଡକାଯାଇଥିବା ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ଅନୁପସ୍ଥିତ ରହିବା କଣ ଅସଂସଦୀୟ ନୁହେଁ କି !