କନକ ବ୍ୟୁରୋ: ଜାତୀୟ ରାଜନୀତିରେ ପ୍ରିୟଙ୍କା ଗାନ୍ଧିଙ୍କ ପ୍ରବେଶ । ପ୍ରିୟଙ୍କ ଗାନ୍ଧିଙ୍କୁ ସାଧାରଣ ସଂପାଦକ ଭାବେ ନିଯୁକ୍ତି ଦିଆଯାଇଛି । ଫେବୃଆରୀ ପ୍ରଥମ ସପ୍ତାହରୁ ପ୍ରିୟଙ୍କା ଏହି ଦାୟିତ୍ୱ ସମ୍ଭାଳିବେ । ୟୁପିରେ ସମାଜବାଦୀ ପାର୍ଟି ଓ ବିଏସପି ମଧ୍ୟରେ ମେଂଟ ଘୋଷଣା ଚାଲିଥିବାବେଳେ ୟୁପି ପାଇଁ କଂଗ୍ରେସର ଏହା ଏକ ମାଷ୍ଟରଷ୍ଟ୍ରୋକ ବୋଲି କୁହାଯାଉଛି ।
ସୂଚନା ମୁତାବକ, ଆଜି ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ପୂର୍ବ ଉତ୍ତରପ୍ରଦେଶର ସାଧାରଣ ସଂପାଦକ ଭାବେ ନିଯୁକ୍ତି ପାଇଛନ୍ତି। ୨୦୧୯ ଫେବ୍ରୁଆରି ପ୍ରଥମ ସପ୍ତାହରେ ସେ ଦାୟିତ୍ୱ ଗ୍ରହଣ କରିବେ। ସେ ରାଏ ବରେଲିରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ପାରନ୍ତି ବୋଲି ଜଣାପଡିଛି। ତେବେ ୨୦୧୯ ଏପ୍ରିଲ୍-ମେ ମାସରେ ଲୋକସଭା ନିର୍ବାଚନ କରାଯିବାକୁ ସ୍ଥିର କରାଯାଇଥିବାର କିଛି ମାସ ପୂର୍ବରୁ କଂଗ୍ରେସ ପାର୍ଟିରେ ଏଭଳି ନିଷ୍ପତ୍ତି ନିଆଯାଇଛି।
କଂଗ୍ରେସର ଜଣେ ବରିଷ୍ଠ ନେତାଙ୍କ ସୂଚନା ଅନୁସାରେ, ପ୍ରିୟଙ୍କାଙ୍କୁ ଦିଆଯାଇଥିବା ଦାୟିତ୍ୱ ଖୁବ୍ ଗୁରୁତ୍ୱପୂର୍ଣ୍ଣ। କେବଳ ଉତ୍ତର ପ୍ରଦେଶ ନୁହେଁ ଅନ୍ୟ ଅଞ୍ଚଳରେ ମଧ୍ୟ ଏହାର ପ୍ରଭାବ ପଡ଼ିବ। ତେବେ ପଶ୍ଚିମ ଉତ୍ତରପ୍ରଦେଶର ସାଧାରଣ ସମ୍ପାଦକ ଭାବେ କଂଗ୍ରେସ ପାର୍ଟି ଜ୍ୟୋର୍ତିଆଦିତ୍ୟ ସିନ୍ଧିଆଙ୍କୁ ନିଯୁକ୍ତି ଦିଆଯାଇଛି । କେସି ବେଣୁଗୋପାଳଙ୍କୁ କଂଗ୍ରେସ ସାଧାରଣ ସଚିବ (ସଂଗଠନ) ଭାବେ ନିଯୁକ୍ତି ଦିଆଯାଇଛି।ଗୁଲାମ ନବି ଆଜାଦଙ୍କୁ ହରିୟାଣାର ଏଆଇସିସି ସାଧାରଣ ସଚିବ ରୂପେ ନିଯୁକ୍ତି ମିଳିଛି।
ଏବେ ନଜର ପକାନ୍ତୁ ରାଜନୀତିରେ କଣ ରହିବ ପ୍ରିୟଙ୍କାଙ୍କ ପ୍ରଭାବ
()କଂଗ୍ରେସକୁ ବଡ ଚେହେରା ମିଳିଲା
()ଟ୍ରମ୍ପ କାର୍ଡ ବନିପାରିବେ ପ୍ରିୟଙ୍କା
() ପ୍ରଚାର ଭିଡ ଟାଣିପାରିବେ ପ୍ରିୟଙ୍କା
()ୟୁପି ନିର୍ବାଚନ ଉପରେ ପଡିପାରେ ପ୍ରଭାବ
() ମହିଳାଙ୍କୁ ଏକଜୁଟ କରିପାରନ୍ତି ପ୍ରିୟଙ୍କା
Follow Us
/kanak/media/post_attachments/wp-content/uploads/2019/01/priyanka-rahul-759-300x167.jpg)
/kanak/media/post_attachments/wp-content/uploads/2019/01/congr_012319125719-225x300.jpg)
/kanak/media/post_attachments/wp-content/uploads/2019/01/priyanka-gandhi_650x400_71513424292-300x185.jpg)