କେନ୍ଦ୍ର କଂଗ୍ରେସରେ ଚାଲିଛି ରାଜ୍ୟ ଅଧ୍ୟକ୍ଷ ବଦଳି ଋତୁ । ପଞ୍ଜାବ ପରେ ଆଜି ମଣିପୁର ଓ ଆସାମରେ ବଦଳିଲେ ଅଧ୍ୟକ୍ଷ

210

କନକ ବ୍ୟୁରୋ : ୨୦୨୪ ନିର୍ବାଚନ ପୂର୍ବରୁ କେନ୍ଦ୍ର କଂଗ୍ରେସ ପକ୍ଷରୁ ରାଜ୍ୟମାନଙ୍କର ଅଧ୍ୟକ୍ଷ ବଦଳି କରାଯାଉଛି । ଏହି କ୍ରମରେ ପଞ୍ଜାବ ପରେ ଆଜି ମଣିପୁର ଓ ଆସାମରେ କଂଗ୍ରେସ ଅଧ୍ୟକ୍ଷ ପରିବର୍ତ୍ତନ କରାଯାଇଛି । ଆସାମରେ ଭୂପେନ ବୋରାଙ୍କୁ ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିବା ବେଳେ ଲୋକେଶ ସିଂଙ୍କୁ ନିଯୁକ୍ତ କରିଛନ୍ତି କେନ୍ଦ୍ର କଂଗ୍ରେସର ହାଇକମାଣ୍ଡ ସୋନିଆ ଗାନ୍ଧୀ ।

କହିରଖୁ କି କଂଗ୍ରେସ ଏବେ ଏକ ନୂଆ ଯୋଜନା କରିଛି , ଯେଉଁ ରାଜ୍ୟରେ ଦଳ ଅଧ୍ୟକ୍ଷ ପରିବର୍ତ୍ତନ କରୁଛି ସେଠାରେ ନୂଆ ଅଧ୍ୟକ୍ଷ ନିଯୁକ୍ତ କରିବା ସହ ସାଥିରେ ୩/୪ ଜଣଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଉଛି । ଆସାମରେ ଲୋକେଶ ସିଂଙ୍କୁ ଅଧ୍ୟକ୍ଷ ପଦ ମିଳିଥିବା ବେଳେ ୩ ଜଣଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ସେହିପରି ମଣିପୁରରେ ଦଳର ନେତା ଥିବା ଗୋବିନ୍ଦଦାସ କୈଥୋଜମଙ୍କୁ ପରିର୍ତ୍ତନ କରି ଲୋକେଶ ସିଂଙ୍କୁ ରାଜ୍ୟ କଂଗ୍ରେସର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି ।

କହିରଖୁ କି ଆସନ୍ତା ବର୍ଷ ୫ ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ କଂଗ୍ରେସ ଏବେଠାରୁ ପ୍ରସ୍ତୁତ ଆରମ୍ଭ କରିଦେଇଛି । ପଞ୍ଜାବ କଂଗ୍ରେସର ବହୁ ଅନ୍ତକନ୍ଦଳକୁ ପରାହତ କରି ସୋନିଆ ଗାନ୍ଧୀ ସିଦ୍ଧୁଙ୍କ ହାତରେ ରାଜ୍ୟ କଂଗ୍ରେସର ଦାୟିତ୍ୱ ହସ୍ତାନ୍ତର କରିଛନ୍ତି । ସିଦ୍ଧୁ ପଞ୍ଜାବ କଂଗ୍ରେସର ଦାୟିତ୍ୱ ନେବା ପରେ ଆଜି କୃଷକ ଆନ୍ଦୋଳନକୁ ଖୋଲା ଖୋଲି ସମର୍ଥନ କରି ରାଜନୀତିରେ ଝଡ ସୃଷ୍ଟି କରିଛନ୍ତି ।