କନକ ବ୍ୟୁରୋ: କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ଯୁବ ନେତା ବିଶ୍ୱଭୂଷଣ ଦାସଙ୍କୁ ଦଳ କାକଟପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ତେବେ ଏଥର କାକଟପୁରରେ ଲଢେଇ ରୋଚକ ହେବାକୁ ଯାଉଛି । ଯେଉଁଠି ବିଜେଡି ଏବଂ ବିଜେପି ନେତାଙ୍କୁ ଟକ୍କର ଦେବେ କଂଗ୍ରେସର ବିଶ୍ୱଭୂଷଣ । ତେବେ ବିଶ୍ୱଭୂଷଣ ଦାସ ୨୦୧୯ରେ ମଧ୍ୟ ଏହି ଆସନରୁ ପ୍ରାର୍ଥୀ ହେଇଥିଲେ । ଆଉ ଗତଥରର ନିର୍ବାଚନରେ ସେ ୩୦ ହଜାରରୁ ଅଧିକ ଭୋଟ୍ ପାଇଥିଲେ । ହେଲେ ୨୦୧୯ରେ ଏହି ଆସନରୁ ବିଜୟୀ ହେଇଥିଲେ ତୁଷାରକାନ୍ତୀ ବେହେରା । ଚଳିତ ଥର ୨୦୨୪ରେ ବିଜେଡି ପୁଣିଥରେ ତୁଷାରକାନ୍ତିଙ୍କୁ ପ୍ରାର୍ଥୀ କରିଥିବାବେଳେ, ବିଜେପି ଏଠାରେ କିନ୍ତୁ ପ୍ରାର୍ଥୀ ପରିବର୍ତ୍ତନ କରିଛି । ରବି ମଲ୍ଲିକଙ୍କ ବଦଳରେ ଏଥର କାକଟପୁରରୁ ପ୍ରାର୍ଥୀ ହେଇଛନ୍ତି ବାଇଧର ମଲ୍ଲିକ । ତେଣୁ ଏଠାରେ ବିଜେଡି-ବିଜେପି ଏବଂ କଂଗ୍ରେସ ଭିତରେ କଡା ଟକ୍କର ଦେଖିବାକୁ ମିଳିପାରେ ।
କାକଟପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ
ବିଶ୍ୱଭୂଷଣ ଦାସଙ୍କୁ ଯୋଦ୍ଧା ଘୋଷଣା କଲା ହାତ ଦଳ #Congress#Kakatpur#KanakNewspic.twitter.com/nRPu0VgKPR— Kanak News (@kanak_news) April 30, 2024
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/04/Capture-61.jpg)