ଉତ୍ତର ପ୍ରଦେଶରେ ଅଖିଳେଶଙ୍କ ବଡ ଘୋଷଣା । କହିଲେ, କଂଗ୍ରେସକୁ ଦିଆଯିବ ୧୧ ଲୋକସଭା ଆସନ, ହେଲେ କଂଗ୍ରେସ…

1,190

କନକ ବ୍ୟୁରୋ : ପଶ୍ଚିମବଙ୍ଗ ଓ ପଞ୍ଜାବରେ ଇଣ୍ଡିଆ ମେଣ୍ଟର ମୁଖ୍ୟ ଦଳ କଂଗ୍ରେସକୁ ଝଟକା ମିଳିବା ପରେ ଏବେ ଉତ୍ତର ପ୍ରଦେଶରୁ ଶୁଭ ଖବର ଆସିଛି । ଇଣ୍ଡିଆ ମେଣ୍ଟର ସହଯୋଗୀ ଦଳ ସମାଜବାଦୀ ପାର୍ଟି ଓ ରାଷ୍ଟ୍ରୀୟ ଲୋକଦଳ ଓ କଂଗ୍ରେସ ମଧ୍ୟରେ ଆସନ ବୁଝାମଣା ହୋଇଛି । ଏନେଇ ଅଖିଳେଶ ଯାଦବ କହିଛନ୍ତି କି, ଉତ୍ତର ପ୍ରଦେଶରେ ରାଷ୍ଟ୍ରୀୟ ଲୋକଦଳ ୭ଟି ଆସନରେ ଲଢିବ ଓ ସମାଜବାଦୀ ପାର୍ଟି କଂଗ୍ରେସ ପାଇଁ ୧୧ ଟି ଆସନ ଛାଡିବ । ଏନେଇ କଂଗ୍ରେସ ସହ କଥା ହୋଇଥିବା କଥା ମଧ୍ୟ ଅଖିଳେଶ ଘୋଷଣା କରିଛନ୍ତି ।

ଅଖିଳେଶ ଯାଦବ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି କହିଛନ୍ତି କି, କଂଗ୍ରେସ ସହ ୧୧ ଟି ମଜବୁତ ଆସନରେ ଆମର ସୌହାର୍ଦ୍ଦପୂର୍ଣ୍ଣ ମେଣ୍ଟ ହେବାକୁ ଯାଉଛି । ଇଣ୍ଡିଆ ମେଣ୍ଟ ଓ ପିଡିଏ ମେଣ୍ଟ ର ରଣନୀତି ଇତିହାସ ବଦଳାଇଦେବ ବୋଲି ସେ କହିଛନ୍ତି । କିଛିଦିନ ତଳେ ସୂତ୍ର ସୂଚନା ମୁତାବକ ଉତ୍ତର ପ୍ରଦେଶର ୮୦ ଆସନ ମଧ୍ୟରୁ କଂଗ୍ରେସ ୨୩ ଟି ଆସନରେ ନିର୍ବାଚନ ଲଢିବ ।

ସେପଟେ କଂଗ୍ରେସକୁ ୧୧ ଟି ଆସନ ଦେବାକୁ ଅଖିଳେଶ ଯାଦବ ଘୋଷଣା କରିବା ପରେ ରାଜ୍ୟର କଂଗ୍ରେସ ନେତୃତ୍ୱ ଅସନ୍ତୋଷ୍ଟ ପ୍ରକାଶ କରିଛନ୍ତି । ଏହା ଅଖିଳେଶଙ୍କର ଏକତରଫା ନିଷ୍ପତ୍ତି ବୋଲି ରାଜ୍ୟ କଂଗ୍ରେସର ଶୀର୍ଷ ନେତୃ୍ତ୍ୱ ମାନେ ଅଭିଯୋଗ କରିଛନ୍ତ ିା

ସୂଚନା ଥାଉ କି, ୨୦୧୯ ଲୋକସଭା ନିର୍ବାଚନ ବେଳେ କଂଗ୍ରେସ ଓ ସମାଜବାଦୀ ପାର୍ଟି ମଧ୍ୟରେ ଔପଚାରିକ ମେଣ୍ଟ ହୋଇ ନଥିଲା । ହେଲେ ସମାଜବାଦୀ ପାର୍ଟି ରାଏବରେଲୀ ଓ ଆମେଠୀ ଲୋକସଭା ଆସନରେ ପ୍ରାର୍ଥୀ ଦେଇ ନଥିଲା । ଏହି ୨ ଟି ଲୋକସଭା ଆସନରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ନିର୍ବାଚନ ଲଢିଥିଲେ । କଂଗ୍ରେସ ମୋଟ ୮୦ ଆସନରୁ ୬୭ ଆସନରେ ପ୍ରାର୍ଥୀ ଦେଇଥିଲା । ପାର୍ଟିକୁ ମୋଟ ୬.୪ ପ୍ରତିଶତ ଭୋଟ ମିଳିଥିଲା ଓ କେବଳ ଗୋଟିଏ ଆସନରେ ବିଜୟୀ ହୋଇଥିଲା ।