କନକ ବ୍ୟୁରୋ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ଆଉ ମାତ୍ର କେଇ ମାସ ବାକି । ଏହା ପୂର୍ବରୁ କଂଗ୍ରେସ ଓ ବାମଦଳ ଭିତରେ ସିଟ୍ ଭାଗବଣ୍ଟା ଶେଷ ହୋଇଛି । ଆଜି ବସିଥିବା ବୈଠକ ପରେ ୧୯୩ଟି ଆସନରୁ କଂଗ୍ରେସ ୯୨ଟି ଲଢିବାକୁ ସ୍ଥିର ହୋଇଛି । ସେହିପରି ୧୦୧ଟି ସିଟରେ ବାମଦଳର ପ୍ରାର୍ଥୀ ଛିଡା ହେବେ । ବାକି ଆସନ ପାଇଁ କେଉଁ ଦଳ କେତେ ପ୍ରାର୍ଥୀ ଦେବେ ସେନେଇ ଆଗାମୀ ବୈଠକରେ ଜଣାପଡିବ ବୋଲି ସ୍ଥିର ହୋଇଛି ।
ଏହାପୂର୍ବରୁ ୨୦୧୬ ମସିହା ବିଧାନସଭା ନିର୍ବାଚନରେ ମଧ୍ୟ ଦୁଇ ଦଳ ଏକାଠି ହୋଇ ଲଢିଥିଲେ । ଯେଉଁଥିରେ ସିପିଆଇଏମ ୧୪୮ଟି ଆସନରେ ଲଢି ୨୬ଟିରେ ବିଜୟୀ ହୋଇଥିଲା । ସେହିପରି କଂଗ୍ରେସ ୯୨ଟି ଆସନରେ ଲଢି ୪୪ ଆସନ ହାତେଇଥିଲା । ଏହାବାଦ୍ ସେହିବର୍ଷ ଇଲେକ୍ସନରେ ବାମଦଳର ସହଯୋଗୀ ଦଳ ଫରୱାଡ୍ ବ୍ଲକ ୨୫ଟି ଆସନରେ ଲଢି ୨ଟି ବିଜୟୀ ଏବଂ ସିପିଆଇ ୧୧ଟି ଆସନରେ ଲଢି ଗୋଟିଏରେ ବିଜୟୀ ହୋଇଥିଲେ । ଏହାପରେ କଂଗ୍ରେସ ବିଧାନସଭାରେ ମୁଖ୍ୟ ବିରୋଧୀ ଦଳର ମାନ୍ୟତା ପାଇଥିଲା ।
ଏହାପରେ କିନ୍ତୁ କଂଗ୍ରେସ ଓ ବାମଦଳ ଭିତରେମେଣ୍ଟ ଭାଙ୍ଗି ଯାଇଥିଲା । ତେଣୁ ଗତ ୨୦୧୯ ଲୋକସଭା ନିର୍ବାଚନରେ ଦୁଇ ଦଳ ଅଲଗା ହୋଇ ଲଢିଥିଲେ । ଏବେ କିନ୍ତୁ ଦୁଇ ଦଳ ପୁଣି ଏକାଠି ହୋଇ ଲଢିବାକୁ ନିଷ୍ପତ୍ତି ନେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/01/congress-cpim.jpg)