କନକ ବ୍ୟୁରୋ: ୨୦୨୪ ନିର୍ବାଚନ ପାଇଁ କସରତ । ଦିଲ୍ଲୀ ଗଲେ କଂଗ୍ରେସ ନେତା । ପଲିଟିକାଲ ଆଫେୟାର୍ସ କମିଟିର ୨୦ ଜଣ ସଦସ୍ୟଙ୍କୁ ଆସିଥିଲା ଦିଲ୍ଲୀରୁ ଡାକରା । ସାଧାରଣ ନିର୍ବାଚନକୁ ଆଉ କିଛି ମାସ ଥିବାବେଳେ ରାଜ୍ୟ କଂଗ୍ରେସ ରଣନୀତି ପ୍ରସ୍ତୁତିରେ ଲାଗିପଡିଛନତି । ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଓ ପ୍ରିୟଙ୍କା ଗାନ୍ଧିଙ୍କ ଡାକରା ପାଇଁ ଦିଲ୍ଲୀ ଯାଇଛନ୍ତି କଂଗ୍ରେସ ବିଧାୟକ ଓ ନେତା । ଆଜି ୩ଟାରେ ଦିଲ୍ଲୀରେ ବୈଠକ ବସିବ । ଏଥିରେ ରାଜ୍ୟର ରାଜନୈତିକ ସ୍ଥିତି ସମେତ ରଣନୀତି ପ୍ରସ୍ତୁତ ହେବ ।
ଅନ୍ୟପଟେ ବିଜେପି ମଧ୍ୟ ବେଶ୍ ତତ୍ପର ରହିଛି । ବିଜେପିର ବିଧାୟକମାନେ ମଙ୍ଗଳବାର ରାତିରେ ଦିଲ୍ଲୀ ଗସ୍ତରେ ଯାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତରେ ରାଜ୍ୟ ବିଜେପିର ଦଳୀୟ ସଂଗଠନ, ଆଗାମି ନିର୍ବାଚନ ପାଇଁ ଦଳର ରଣନୀତି ପ୍ରସ୍ତୁତ ହେବ ବୋଲି ସୂଚନା ରହିଛି ।