ସଂଯମତାର ସୀମା ଲଙ୍ଘୁଛନ୍ତି ରାଜନୈତିକ ଦଳର କର୍ମକର୍ତା । ଏଭଳି ଏକ ଘଟଣା ଏବେ ସାମ୍ନାକୁ ଆସିଛି । ଟିଭି ଚ୍ୟାନେଲରେ ଆଲୋଚନାବେଳେ ହାତାହାତି ହୋଇଛନ୍ତି ଦୁଇ ପ୍ରମୁଖ ଦଳର କାର୍ଯ୍ୟକତା । ଗତକାଲି ଦିଲ୍ଲୀ ନୋଏଡା ସ୍ଥିତ ଏକ ଟିଭି ଚ୍ୟାନେଲରେ ଲାଇଭ ଡିବେଟ ଚାଲିଥିଲା । ଏହି ସମୟରେ ବିଜେପି ମୁଖପାତ୍ର ଗୌରବ ଭାଟ୍ଟିଆ ଓ ସମାଜବାଦୀ ପାର୍ଟି ମୁଖପାତ୍ର ଅନୁରାଗ ଭଦୋରିଆଙ୍କ ମଧ୍ୟରେ କୌଣସି ଏକ କାରଣକୁ ନେଇ ଜୋରଦାର ପାଟିତୁଣ୍ଡ ହୋଇଥିଲା । ପରେ ଏହି କଳି ମାରପିଟ ଆଡକୁ ଯାଇଥିଲା । ଏପରିକି ଷ୍ଟୁଡିଓ ଭିତରେ ଦୁଇ ନେତା ହାତହାତି ହେବାକୁ ପଛାଇ ନଥିଲେ । । ଏ ନେଇ ବିଜେପି ମୁଖପାତ୍ର ନୋଏଡା ସେକ୍ଟର-୨୦ ଥାନାରେ ଅଭିଯୋଗ କରିଥିଲେ ।
यह प्रवक्ता नहीं गुंडे है।
अनुराग भदौरिया ने पूरी डिबेट में व्यग्तिगत टिप्पणी करी और अपशब्द बोले
इनके हथकंडे हैं
खूब व्यग्तिगत टिप्पणियां करो
परिवार के लिए अपशब्द बोलो
और जब कुछ न काम आए और दूसरा व्यक्ति संयम बनाये रखे तो
हाथा पायी पे उत्तर जाओ।#SPKeGunde@BJP4Indiapic.twitter.com/KmsDGg93M1
— Gaurav Bhatia 🇮🇳 (@gauravbh) December 8, 2018
ଅଭିଯୋଗ ପାଇବା ପରେ ପୋଲିସ ଅନୁରାଗ ଭଦୋରିଆକୁ ହେପାଜତକୁ ନେଇଥିଲା । ଏହାସହ ହାତାହାତି ସମୟର ଭିଡିଓ ଦେବାକୁ ସଂପୃକ୍ତ ଚ୍ୟାନେଲକୁ କୁହାଯାଇଛି । ବିଜେପି ମୁଖପାତ୍ର ଏହି ଭିଡିଓକୁ ଟ୍ୱିଟରରେ ସେୟାର ମଧ୍ୟ କରିଛନ୍ତି । ଏହି ଘଟଣା ପରେ ସମାଜବାଦୀ ପାର୍ଟିର କର୍ମକର୍ତା ଥାନାରେ ପଂହଚିଯାଇ ଯୋଗୀ ସରକାର ବିରୋଧରେ ନାରାବାଜି କରିଥିଲେ । ପୋଲିସ ଏକତରଫା ଭାବେ କାର୍ଯ୍ୟାନୁଷ୍ଠାନ ନେଉଥିବା ଅଭିଯୋଗ ଆଣିଛନ୍ତି ସମାଜବାଦୀ ପାର୍ଟି କାର୍ଯ୍ୟକତା ।
ତେବେ ଏନେଇ ବିଜେପି ମୁଖପାତ୍ର ଗୌରବ ଭାଟିଆ କହିଛନ୍ତି, ଟିଭି ଡିବେଟ ସମୟରେ କଂଗ୍ରେସ ପ୍ରବକ୍ତା ଅନୁରାଗ ଭଦୋରିଆ ତାଙ୍କ ସହ ପ୍ରଥମ ମାରପିଟ ଆରମ୍ଭ କରିଥିଲେ । ସେ ଚାହିଁଥିଲେ ବି ଏଭଳି କରି ପାରିଥାନ୍ତେ କିନ୍ତୁ ଆଇନ କାନୁନକୁ ମାନୁଥିବାରୁ ମୁଁ ଏଭଳି କରିନଥିଲି । ସେଥିପାଇଁ ପୋଲିସ ନିକଟରେ ଅଭିଯୋଗ କରିଥିଲି । ଏବେ ପୋଲିସ ତାର କାର୍ଯ୍ୟ କରୁଛି । ତେବେ ଏହି ଘଟଣାରେ କଂଗ୍ରେସ ପ୍ରବକ୍ତା ଜାମିନ ପାଇ ଥାନାରୁ ମୁକୁଳିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/12/gauravbhatiafight.jpeg)