କଂଗ୍ରେସ ଓ ଅମରିନ୍ଦର ସିଂହ ମୁହାଁମୁହିଁ: ଅମରିନ୍ଦର କହିଲେ, ପାକିସ୍ତାନ ଆଇଏସଆଇ ଅଛି ସିଦ୍ଧୁଙ୍କ ସମ୍ପର୍କ

Advertisment
କଂଗ୍ରେସ ଓ ଅମରିନ୍ଦର ସିଂହ ମୁହାଁମୁହିଁ: ଅମରିନ୍ଦର କହିଲେ, ପାକିସ୍ତାନ ଆଇଏସଆଇ ଅଛି ସିଦ୍ଧୁଙ୍କ ସମ୍ପର୍କ

କନକ ବ୍ୟୁରୋ: ପୁଣି ଚର୍ଚ୍ଚାରେ ପଂଜାବ ରାଜନୀତି । କଂଗ୍ରେସ ଛାଡିବା ପରେ କ୍ୟାପ୍ଟେନ୍ ଅମରିନ୍ଦର ସିଂହଙ୍କୁ ଫେରାଇ ଆଣିବାକୁ ଦଳ ପକ୍ଷରୁ ଅନେକ ଚେଷ୍ଟା କରାଯାଇଛି । ଆଉ ଏଥିରେ ବିଫଳ ହେବା ପରେ ଅମରିନ୍ଦରଙ୍କୁ ବିଭିନ୍ନ ପ୍ରକାର ଲାଂଛନା ଦିଆଯାଇଛି । ବିଜେପି ସହ ମିଶିବା ପାଇଁ ଅମରିନ୍ଦର ଦଳ ଛାଡିଥିବା ଅଭିଯୋଗ କରାଯାଉଥିବାବେଳେ କ୍ୟାପଟେନ୍ ମଧ୍ୟ ପାଲଟା ଜବାବ ଦେଇଛନ୍ତି । ସେପଟେ ପଂଜାବ କଂଗ୍ରେସ ପ୍ରଭାରୀ ପଦରୁ ହରିଷ ରାୱତଙ୍କୁ ହଟାଇ ଦିଆଯାଇ ରାଜସ୍ଥାନର ହରିଷ ଚୌଧୁରୀଙ୍କୁ ଏହି ଦାୟିତ୍ୱ ଦିଆଯାଇଛି ।

କଂଗ୍ରେସ ଛାଡିବା ପରେ କ୍ୟାପଟେନ ଅମରିନ୍ଦ ସିଂହ ଓ ପଂଜାବ କଂଗ୍ରେସ ମଧ୍ୟରେ ଆରମ୍ଭ ହୋଇଯାଇଛି କନ୍ଦଳ । ଦଳ ଛାଡିବା ପରେ କ୍ୟାପଟେନ ବାରମ୍ବାର ପଂଜାବର ସୁରକ୍ଷା ନେଇ ପ୍ରଶ୍ନ ଉଠାଇଛନ୍ତି । ଏପରି କି ନିଜ ଦିଲ୍ଲୀ ଗସ୍ତ ସମୟରେ ଏନେଇ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ମଧ୍ୟ ଭେଟିଥିଲେ ଅମରିନ୍ଦର । ତାଙ୍କ କହିବା ଅନୁସାରେ –
ନବଜୋତ ସିଂହ ସିଦ୍ଧୁ ଦେଶର ସୁରକ୍ଷା ପାଇଁ ଏକ ବଡ ଧମକ.. ଆଇଏସଆଇ ଏବଂ ପାକିସ୍ତାନ ସହ ରହିଛି ସିଦ୍ଧୁଙ୍କ ଘନିଷ୍ଠ ସମ୍ପର୍କ.. ସେହିପରି ଗତ ୪,୫ ବର୍ଷ ହେବ ପାକିସ୍ତାନ ପଟୁ ଡ୍ରୋନ ଆସି ପଂଜାବ ଆକାଶରେ ଉଡୁଥିବାର ଦେଖିବାକୁ ମିଳିଛି.. ଏହାକୁ ନେଇ କେନ୍ଦ୍ର ହସ୍ତକ୍ଷେପ ନିହାତି ଜରୁରୀ ।

ସେପଟେ କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ଏଭଳି ଅଭିଯୋଗରେ ଜବାବ ରଖିଛି ପଂଜାବ କଂଗ୍ରେସ । ପଂଜାବ ଡେପୁଟି ସିଏମ ଶୁଖୱିନ୍ଦର ରାନ୍ଧୱା କହିଛନ୍ତି, କ୍ୟାପଟେନଙ୍କ ଘନିଷ୍ଠ ବନ୍ଧୁ ଅସୁରା ଆଲାମଙ୍କ ମଧ୍ୟ ଆଇଏସଆଇ ସହ ସମ୍ପର୍କ ଥିବା ସୂଚନା ଅଛି । ଆଉ ଏହାର ତଦନ୍ତ ରାଜ୍ୟ ସରକାର ନିଶ୍ଚିତ କରିବ ବୋଲି ଉପ-ମୁଖ୍ୟମନ୍ତ୍ରୀ କହିଛନ୍ତି ।

ବିଜେପି ସହ ଯୋଗ ଦେବା ପାଇଁ କ୍ୟାପଟେନ ଦଳ ଛାଡିଥିବା ମନ୍ତ୍ରୀ କଟାକ୍ଷ କରିଛନ୍ତି । ଆଉ ଏଥିପାଇଁ ଅମରିନ୍ଦର କେନ୍ଦ୍ରର ବିଏସଏଫ କ୍ଷମତା ସଂପ୍ରସାରଣ ଉପରେ ମଧ୍ୟ ଚୁପ ରହିଛନ୍ତି । ଅଜିତ୍ ଡୋଭାଲଙ୍କୁ ଭେଟି ଅମରିନ୍ଦର ହିଁ ବିଏସଏଫ କ୍ଷମତା ବଢାଇବାକୁ କହିଥିବା ଉପ-ମୁଖ୍ୟମନ୍ତ୍ରୀ ସୁଖବିନ୍ଦର କହିଛନ୍ତି ।

ସେପଟେ ଦୀର୍ଘ ସମୟ ଧରି ପଂଜାବ କଂଗ୍ରେସର ସବୁ ସମସ୍ୟା ବୁଝୁଥିବା ହରିଷ ରାୱତ ପ୍ରଭାରୀ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ସ୍ଥାନରେ ରାଜସ୍ଥାନ ମନ୍ତ୍ରୀ ହରିଷ ଚୌଧୁରୀଙ୍କୁ ପଂଜାବ କଂଗ୍ରେସ ପ୍ରଭାରୀ ଦାୟିତ୍ୱ ମିଳିଛି । ପୂର୍ବରୁ ହରିଷ ଓ ସିଦ୍ଧୁଙ୍କ ମଧ୍ୟରେ ଅନେକ ମତାନ୍ତର ଦେଖିବାକୁ ମିଳିଛି । କୁହାଯାଉଛି କ୍ୟାପଟେନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ହରିଷ ରାୱତଙ୍କୁ ପଦ ଛାଡିବାକୁ ଚାପ ପକାଯାଇଥିଲା । ହେଲେ ହରିଷ ରାୱତ ଟ୍ୱିଟ କରି କହିଛନ୍ତି ନିଜ ବ୍ୟକ୍ତିଗତ ଇଚ୍ଛା କାରଣରୁ ସେ ପ୍ରଭାରୀ ପଦରୁ ଇସ୍ତଫା ଦେଇଛନ୍ତି । ହେଲେ ତାଙ୍କ ହୃଦୟ ସବୁଦିନ ପାଇଁ ପଂଜାବରେ ରହିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe