ପରାଜୟକୁ ନେଇ ଇଭିଏମକୁ ଦାୟୀ କଲା କଂଗ୍ରେସ । କଂଗ୍ରେସ ନେତା କମଲନାଥଙ୍କ ଅଭିଯୋଗ, ଇଭିଏମକୁ କରାଯାଇଛି ଟାମ୍ପରିଂ

ପରାଜୟକୁ ନେଇ ଇଭିଏମକୁ ଦାୟୀ କଲା କଂଗ୍ରେସ । କଂଗ୍ରେସ ନେତା କମଲନାଥଙ୍କ ଅଭିଯୋଗ, ଇଭିଏମକୁ କରାଯାଇଛି ଟାମ୍ପରିଂ

କନକ ବ୍ୟୁରୋ : ତିନି ରାଜ୍ୟରେ ଶୋଚନୀୟ ପରାଜୟ ପରେ କଂଗ୍ରେସ ପୁଣିଥରେ ଇଲେକଟ୍ରୋନିକ୍ ଭୋଟିଂ ମେସିନ୍ ବା ଇଭିଏମ୍ ଉପରେ ପ୍ରଶ୍ନ ଉଠାଇଛି । ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ ଇଭିଏମ୍ ମେସିନ୍ରେ ଚିପ୍ ଥିବା କଥା କହି ଟାର୍ଗେଟ୍ କରିଛନ୍ତି । ସେହିପରି ପରାଜୟକୁ ସ୍ୱୀକାର କରିଥିବା ଅନ୍ୟତମ ବରିଷ୍ଠ ନେତା କମଲନାଥ ମଧ୍ୟ ଏବେ ପ୍ରଶ୍ନ ଉଠାଉଛନ୍ତି ଯେ କିଛି ବିଧାୟକଙ୍କୁ ସେମାନଙ୍କ ନିର୍ବାଚନ ମଣ୍ଡଳୀରେ ୫୦ ଭୋଟ୍ ମଧ୍ୟ ମିଳିନାହିଁ । ଏହା କେମିତି ସମ୍ଭବ ବୋଲି ପ୍ରଶ୍ନ କରିଛନ୍ତି କମଲନାଥ । କେବଳ କଂଗ୍ରେସ ନେତା ନୁହଁନ୍ତି, ଅନ୍ୟ ବିରୋଧୀ ନେତା ମଧ୍ୟ ଇଭିଏମ୍ ବ୍ୟବହାର ଉପରେ ପ୍ରଶ୍ନ ଉଠାଇଛନ୍ତି । ଉଦ୍ଧବ ଗୋଷ୍ଠୀର ନେତା ସଞ୍ଜୟ ରାଉତ ବିଜେପିର ବିଜୟକୁ ଇଭିଏମର ଜନାଦେଶ ବୋଲି କହିଛନ୍ତି ।

ସେପଟେ କଂଗ୍ରେସର ଅଭଯୋଗ ପରେ ଜବାବ ରଖିଛି ବିଜେପି । ପରାଜୟ ପରେ କଂଗ୍ରେସ ଏମିତି ଆରୋପ ଲଗାଇଥାଏ ବୋଲି ବିଜେପି କହିଛି ।

ପ୍ରଶ୍ନ ଉଠୁଛି, ସତରେ କ’ଣ ଇଭିଏମରେ ଟାମ୍ପରିଂ ହୋଇପାରିବ?
ଭାରତ ସମେତ ଅନ୍ୟ ଦେଶରେ ଇଭିଏମ୍ର ବ୍ୟବହାର ହୋଇଥାଏ
କିଛି ଦେଶରେ ଇଭିଏମ୍କୁ ବ୍ୟାନ୍ ମଧ୍ୟ କରାଯାଇଛି
ଜର୍ମାନୀ, ନେଦରଲ୍ୟାଣ୍ଡ୍ସ, ଫ୍ରାନ୍ସ, ଇଂଲଣ୍ଡ, ଆମେରିକାରେ ଇଭିଏମ୍ ବ୍ୟାନ୍
ଭାରତରେ ଇଭିଏମ୍ ହ୍ୟାକ୍ ହେବା କଥା କହିଥିଲେ ରାଜନୈତିକ ଦଳ
ବିବିସି ରିପୋର୍ଟ ଅନୁସାରେ, ଇଭିଏମ୍ ହ୍ୟାକ୍ ପାଇଁ ଦରକାର ପ୍ରବଳ ଅର୍ଥ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe