ମାରପିଟ୍ ପରେ ସିଲ ହେଲା ମୁଣ୍ଡଳୀ ଟୋଲ ଗେଟ୍ । ଗଣ୍ଡଗୋଳ ପଛରେ ମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ କଲା କଂଗ୍ରେସ ।

474

କନକ ବ୍ୟୁରୋ: ମୁଣ୍ଡଳୀ ଟୋଲଗେଟ୍ ଗଣ୍ଡଗୋଳ ପଛରେ ମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ ହୋଇଛି । ଘଟଣାରେ ୪ଜଣଙ୍କୁ ପୁଲିସ ଗିରଫ କରିଛି । ବାକି ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ଉପରେ ଚାପ ବଢୁଥିବା ବେଳେ ଘଟଣାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ଗଣ୍ଡଗୋଳ ପଛରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସମ୍ପୃକ୍ତି ଅଭିଯୋଗ ଆଣିଛି କଂଗ୍ରେସ ।

  • ମାରପିଟ୍ ପରେ ସିଲ ହେଲା ମୁଣ୍ଡଳୀ ଟୋଲ ଗେଟ୍
  • ଗଣ୍ଡଗୋଳ ପଛରେ ମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ

ପର୍ଯ୍ୟଟକଙ୍କୁ ଟୋଲ ଗେଟ କର୍ମଚାରୀ ମାଡ ମାରିବା ମହଙ୍ଗା ପଡିଛି । ଗଣ୍ଡଗୋଳ ପରେ ଅନିର୍ଦ୍ଦିଷ୍ଟ ପାଇଁ ମୁଣ୍ଡଳି ଟୋଲ କାର୍ଯ୍ୟାଳୟକୁ ସିଲ କରିଛି ଆଠଗଡ଼ ପ୍ରଶାସନ । କାର୍ଯ୍ୟାଳୟରେ ତାଲା ପକାଇବା ସହ ନାଲି କପଡା ବାନ୍ଧି ସିଲ କରାଯାଇଛି । ଏପଟେ ଘଟଣାର ସମ୍ପୃକ୍ତି ଅଭିଯୋଗରେ ୪ ଜଣଙ୍କୁ ପୁଲିସ ଗିରଫ କରିଛି । ବାକି ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ଉପରେ ଚାପ ବଢିବାରେ ଲାଗିଛି । ତେବେ ଘଟଣାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ଏହି ଗଣ୍ଡଗୋଳ ପଛରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ଆଣିଛି କଂଗ୍ରେସ । ଟୋଲ ଗେଟରେ ୨୦୦ ଟଙ୍କା ସ୍ଥାନରେ ୫୦୦ ଟଙ୍କା ମଗାଯାଉଛି । ବାକି ୩୦୦ ଟଙ୍କା ମନ୍ତ୍ରୀଙ୍କ ପକେଟକୁ ଯାଉଥିଲା ବୋଲି ଅଭିଯୋଗ ଆଣିଛନ୍ତି କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ ।

  • ଟୋଲ ଗେଟ୍ ଉଠାଇଦେବାକୁ ଦାବି
  • ୧୯୯୬ରୁ ଆଦାୟ ହେଉଛି ଟୋଲ ଫି

ଗଣ୍ଡଗୋଳ ପରେ ମୁଣ୍ଡଳୀ ଟୋଲ ଗେଟରେ ବେଆଇନ ଭାବେ ମନ ଇଛା ଫି ନେଉଥିବା ନେଇ ଯାତ୍ରୀମାନେ ଅଭିଯୋଗ କରିଛନ୍ତି । ବହୁବାର ଟୋଲ କର୍ମଚାରୀମାନେ ଅଧିକ ଫି ନେବା ସହ ଗାଡି ଚାଳକ ଏବଂ ଯାତ୍ରୀଙ୍କୁ ଦୁବ୍ୟବାହର କରୁଥିବା କହିଛନ୍ତି ପର୍ଯ୍ୟଟକ । ତେବେ ୧୯୯୬ ମସିହାରୁ ଏଠାରେ ଟୋଲ ଫି ଆଦାୟ କରାଯାଉଥିବାରୁ ଏହାକୁ ବନ୍ଦ କରିଦେବାକୁ ଚାରିଆଡୁ ଦାବି ହୋଇଛି । ସେପଟେ ଗଣ୍ଡଗୋଳ ପରେ ଛତିଶଗଡ଼ର ତିର୍ଥଯାତ୍ରୀଙ୍କୁ ଦୁଇଟି ସ୍ୱତନ୍ତ୍ର ବସରେ ପଠାଇଛି ପ୍ରଶାସନ । ଉଚ୍ଚସ୍ତରୀୟ ଆଲୋଜନା ପରେ ଗେଟ୍ ପୁନର୍ବାର ଖୋଲିବ କି ନାହିଁ ତାହା ଉପରେ ନିଷ୍ପତି ନିଆଯିବ ବୋଲି କହିଛନ୍ତି କଟକ ଉପଜିଲ୍ଲାପାଳ ।

ରାଜ୍ୟରେ ବିଭିନ୍ନ ସ୍ଥାନରେ ଥିବା ପୁରୁଣା ଟୋଲ ଗେଟ୍ ଉଠିଯାଇଥିବା ବେଳେ କଟକ ମୁଣ୍ଡଳୀ ଟୋଲ ଗେଟ ୨୫ ବର୍ଷରୁ ଅଧିକ ସମୟ ହେଲା ରହିଛି । ଯାହାକୁ ନେଇ ଯାତ୍ରୀଙ୍କ ମନରେ ଅସନ୍ତୋଷ ମଧ୍ୟ ରହିଛି । ତେଣୁ ଏହି ଟୋଲ ଗେଟ୍ ସମ୍ପୁଣ୍ଣ ବନ୍ଦ କରିବାକୁ ଦାବି ଉଠିଛି ।