କନକ ବ୍ୟୁରୋ : କନ୍ଧମାଳ ଗୁମୁଡୁମାହା ଗୁଳିକାଣ୍ଡ ପ୍ରତିବାଦରେ କଂଗ୍ରେସ ଅଧିକାର ଯାତ୍ରାର ଆଜି ଶେଷ ଦିନ। ସ୍ଥାନୀୟ ମହାସିଂହା ଠାକୁରାଣୀ ମନ୍ଦିରରୁ ଆଜି ଏକ ଶୋଭାଯାତ୍ରା ବାହାରି ବାଲିଗୁଡା ସହର ଦେଇ ପିଡବ୍ଲୁଡି ଛକ ପର୍ଯ୍ୟନ୍ତ ଯିବ। ଏହାପରେ ସେଠାରେ ଏକ ବିରାଟ ପ୍ରତିବାଦ ସଭା କରାଯିବ।

Advertisment

ଏଥିରେ କଂଗ୍ରେସ ରାଷ୍ଟ୍ରୀୟ ଅନୁସୂଚିତ ଜାତି ସେଲ ଅଧ୍ୟକ୍ଷ କେ. ରାଜୁ, ରାଜ୍ୟ ପ୍ରଭାରୀ ବି.କେ ହରିପ୍ରସାଦ, ସହପ୍ରଭାରୀ ଶୁଭଙ୍କର ସରକାରଙ୍କ ସହ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ହେମାନନ୍ଦ ବିଶ୍ୱାଳ, ପୂର୍ବତନ ସାଂସଦ ଭକ୍ତ ଚରଣ ଦାସ ଓ ପ୍ରଦୀପ ମାଝୀ ପ୍ରମୁଖ ଯୋଗଦେବେ। କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଲକରୁ ପ୍ରାୟ ୧୦ ହଜାର କର୍ମୀ ଯୋଗ ଦେବେ। ଏଥିପାଇଁ ୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।