କଂଗ୍ରେସ ତାଲିକାରେ କୋରାପୁଟ ଲୋକସଭା ଓ ୯ ବିଧାନସଭା ଆସନର ନିଷ୍ପତି ଝୁଲିଲା: ୩ ଆସନରେ ବିଧାୟକଙ୍କୁ ଟିକେଟ

କଂଗ୍ରେସ ତାଲିକାରେ କୋରାପୁଟ ଲୋକସଭା ଓ ୯ ବିଧାନସଭା ଆସନର ନିଷ୍ପତି ଝୁଲିଲା: ୩ ଆସନରେ ବିଧାୟକଙ୍କୁ ଟିକେଟ

କନକ ବ୍ୟୁରୋ: ରାତିଅଧିଆ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ରାଜ୍ୟର ୬ଟି ଲୋକସଭା ଓ ୩୬ଟି ବିଧାନସଭା ଆସନ ପାଇଁ ଦିଲ୍ଲୀରୁ ପ୍ରାର୍ଥୀ ଘୋଷଣା ହୋଇଛି । ୩ ବର୍ତମାନ ବିଧାୟକଙ୍କୁ ଟିକେଟ ମିଳିଥିବାବେଳେ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା କୋରାପୁଟ ଲୋକସଭା ଆସନ କିଏ ହେବ ଦଳୀୟ ପ୍ରାର୍ଥୀ ସେ ନେଇ ନିଷ୍ପତି ଝୁଲି ରହିଛି । ପ୍ରଥମ ପର୍ଯ୍ୟାୟର ୯ଟି ବିଧାନସଭା ଆସନ ପାଇଁ ବି ନିଷ୍ପତି ଝୁଲି ରହିଛି । ଘୋଷିତ ହୋଇଥିବା ପ୍ରାର୍ଥୀ ତାଲିକାରେ ୨୩ ବିଧାନସଭା ଓ ୪ ଲୋକସଭାର ପାଇଁ ନୂଆ ମୁହଁ ଅଛନ୍ତି । ନରସିଂହ ମିଶ୍ର, ତାରାପ୍ରସାଦ ବାହିନୀପତିଙ୍କ ସମେତ ୩ ଜଣ ଦଳୀୟ ବିଧାୟକଙ୍କୁ ଟିକେଟ ମିଳିଛି ।

publive-image

କଂଗ୍ରେସର କୋରାପୁଟ କନଫ୍ୟୁଜନ । ଏହି ଲୋକସଭା କ୍ଷେତ୍ରରେ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିଲେ ମଧ୍ୟ କଂଗ୍ରେସ ଏହି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିପାରିନାହିଁ । ଏହି ଆସନ ପାଇଁ ପ୍ରାର୍ଥୀଙ୍କ ନାଁକୁ ଝୁଲାଇ ରଖିଛି ଦଳ । ସପ୍ତଗିରି ଉଲାକାଙ୍କ ନାଁ ପୂର୍ବରୁ ଚର୍ଚ୍ଚା ହେଉଥିଲେ ମଧ୍ୟ ଘୋଷଣା ହୋଇନାହିଁ । ସେହିପରି ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ଲକ୍ଷ୍ମୀପୁର ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିପାରନି କଂଗ୍ରେସ । ଏହି ଆସନକୁ ଝୁଲାଇ ରଖିଛି ଏଆଇସିସି । ଏହି ଆସନରୁ ବିଧାୟକ ଅଛନ୍ତି କୈଳାସ କୁଲେସିକା । ସେ ମଧ୍ୟ ଏହି ଆସନରୁ ନିର୍ବାଚନ ଲଢ଼ିବାକୁ ଆଶାୟୀ ଅଛନ୍ତି । ତେଣୁ କଂଗ୍ରେସ ତାଙ୍କୁ ଟିକେଟ ଦେଉଛି ନାଁ ତାଙ୍କ ସ୍ଥାନରେ ନୂଆ ମୁହଁ ଦେଉଛି ତାହା ସ୍ପଷ୍ଟ ହୋଇନାହିଁ । ତେବେ କଂଗ୍ରେସ ସମସ୍ତ ବିଧାୟକଙ୍କୁ ଟିକେଟ ଦେବ ବୋଲି ପୂର୍ବରୁ ଘୋଷଣା କରିଥିଲା । ତେଣୁ ଏହି ଆସନ ଉପରେ ନଜର ରହିଛି ।

publive-image

ଘୋଷଣା ତାଲିକାରେ ଜଣେ ମହିଳା ଚିତ୍ରକୋଣ୍ଡା ଆସନରୁ ଜଣେ ମହିଳା ଲକ୍ଷୀପ୍ରିୟା ନାୟକଙ୍କୁ ଦଳ ପ୍ରାର୍ଥୀ କରିଛି କଂଗ୍ରେସ। ଘୋଷିତ ହୋଇଥିବା ଲୋକସଭା ପ୍ରାର୍ଥୀଙ୍କ ମଧ୍ୟରେ ବରଗଡରୁ ପ୍ରଦୀପ କୁମାର ଦେବତା, ସୁନ୍ଦରଗଡାରୁ ଜର୍ଜ ତିର୍କୀ, କଳାହାଣ୍ଡିରୁ ଭକ୍ତ ଚରଣ ଦାସ, ନବରଙ୍ଗପୁରରୁ ପ୍ରଦୀପ ମାଝି, କନ୍ଧମାଳରୁ ମନୋଜ କୁମାର ଆଚାର୍ଯ୍ୟ ଓ ବ୍ରହ୍ମପୁରରୁ ଭି.ଚନ୍ଦ୍ରଶେଖର ନାଇଡୁ ଲଢିବେ । ଏହି ୬ ଆସନ ମଧ୍ୟରୁ ବରଗଡ, ସୁନ୍ଦରଗଡ, ବ୍ରହ୍ମପୁର ଓ କନ୍ଧମାଳରେ ଦଳ ନୂଆ ପ୍ରାର୍ଥୀ ଦେଇଛି । ୩୬ ବିଧାୟକ ତାଲିକା ମଧ୍ୟରୁ ନରସିଂହ ମିଶ୍ରଙ୍କୁ ବଲାଙ୍ଗୀର, ଜୟପୁରରୁ ତାରାପ୍ରସାଦ ବାହିନୀପତି ଓ ଭୁଜବଳ ମାଝିଙ୍କୁ ଡାବୁଗାଁରୁ ପୁଣି ପ୍ରାର୍ଥୀ କରାଯାଇଛି । ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁ ପଦ୍ମପୁରରୁ ପ୍ରାର୍ଥୀ ହେବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe