କନକ ବ୍ୟୁରୋ : ସାରା ଦେଶରେ କଂଗ୍ରେସର ମୌନ ସତ୍ୟାଗ୍ରହ । ମୋଦୀ ସରକାର ଷଡଯନ୍ତ୍ର କରି ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ କରିଥିବା ଅଭିଯୋଗରେ କଂଗ୍ରେସ ପ୍ରତିବାଦ ପ୍ରଦର୍ଶନ କରୁଛି । ଭୁବନେଶ୍ୱର କଂଗ୍ରେସ ଭବନ ସମ୍ମୁଖରେ ଓପିସିସି ପକ୍ଷରୁ ପିସିସି ସଭପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ମୌନ ସତ୍ୟାଗ୍ରହ ପାଳନ କରୁଛି  ।

Advertisment

ମୌନ ସତ୍ୟାଗ୍ରହ ପାଳନରେ ଓଡ଼ିଶା ପ୍ରଭାରୀ ତଥା ସାଂସଦ ଚେଲ୍ଲା କୁମାର, କଂଗ୍ରେସର ବରିଷ୍ଠ ନେତା ଓ କର୍ମୀ ସାମିଲ ହୋଇଛନ୍ତି । କର୍ଣ୍ଣାଟକ ବେଙ୍ଗାଲୁରୁରେ କଂଗ୍ରେସ ମୌନ ସତ୍ୟାଗ୍ରହ ପାଳନ କରିଛି । କଂଗ୍ରେସ ନେତା ପାଟିରେ କଳା ପଟି ବାନ୍ଧି ମୌନ ପ୍ରତିବାଦ କରୁଛନ୍ତି । ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଓ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ମଧ୍ୟ ଏଥିରେ ସାମିଲ ହୋଇଛନ୍ତି ।