କନକ ବ୍ୟୁରୋ : ପଞ୍ଜାବରେ ଆମ ଆଦମୀ ପାର୍ଟିର ଅପୂର୍ବ ସଫଳତା ପରେ ଅରବିନ୍ଦ କେଜ୍ରିୱାଲଙ୍କ ଟ୍ୱିଟ୍ । ହାତରେ ବିଜୟ ସଙ୍କେତ ଦେଖାଇ ଭଗୱନ୍ତ ମାନଙ୍କ ସହ ଫଟୋ ଶେୟାର କରିଛନ୍ତି । ପୋଷ୍ଟରରେ ଲେଖିଛନ୍ତି ଏହି କ୍ରାନ୍ତି ପାଇଁ ପଞ୍ଜାବବାସୀଙ୍କୁ ବହୁତ ବହୁତ ଧନ୍ୟବାଦ । ପଞ୍ଜାବରେ ଆମ ଆଦମୀ ପାର୍ଟି ସରକାର ଗଢିବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ଆସନରେ ବସିବେ ଭଗବନ୍ତ ମାନ୍ । ଦିଲ୍ଲୀରେ କେଜ୍ରିୱାଲ, ପଞ୍ଜାବରେ ଭଗୱନ୍ତ ମାନ ସରକାର ଗଢିବେ ।

Advertisment

ସାଢେ ୧୨ଟାର ଟ୍ରେଣ୍ଡ ଅନୁସାରେ, ୧୧୭ ଆସନରୁ ୯୦ଆସନରେ ଆପ୍ ଆଗୁଆ ରହିଛି । କଂଗ୍ରେସ ୧୮ଆସନରେ ଆଗୁଆ ରହିଥିବା ବେଳେ ସିରୋମଣି ଅକାଳି ଦଳ ୬ ଏବଂ ଅନ୍ୟାନ୍ୟ ଦଳ ଗୋଟିଏ ଆସନରେ ଆଗୁଆ ରହିଛି ।