ବଲିଉଡର ଚର୍ଚ୍ଚିତ କପଲ୍ସ ନେହା ଧୂପିଆ ଏବଂ ଅଙ୍ଗଦ ବେଦୀଙ୍କ ଘରେ ଖୁସିର ଲହରୀ ଖେଳି ଯାଇଛି । ଆଜି ସକାଳେ ନେହା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ମା’ ଏବଂ ଝିଅ ସଂପୂର୍ଣ୍ଣ ସୁସ୍ଥ ଥିବା ଜଣାପଡିଛି । ଖବର ଅନୁସାରେ ନେହା ଏବଂ ଅଙ୍ଗଦ ଚଳିତ ବର୍ଷ ଲୁଚିଛପି ବିବାହ କରି ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରି ଦେଇଥିଲେ । ଏହା ପରେ ନେହାଙ୍କ ପ୍ରେଗ୍ନେସିକୁ ନେଇ ଭିନ୍ନ ଭିନ୍ନ ଖବର ସାମ୍ନାକୁ ଆସିଥିଲା । ଏହା ପରେ ଦୁହେଁ ଏକ ସୁନ୍ଦର ଫଟୋ ସେୟାର କରି ନେହାଙ୍କ ପ୍ରେଗ୍ନେସି ବିଷୟରେ ଜଣାଇଥିଲେ । ତେବେ କନ୍ୟା ସନ୍ତାନକୁ ଜନ୍ମ ଦେବା ପରେ ଦୁହିଁଙ୍କ ଫ୍ୟାନ୍ସ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।/kanak/media/post_attachments/wp-content/uploads/2018/11/Lakme-Fashion-Week-2018-1-300x200.jpg)
ନିକଟରେ ନେହାଙ୍କ ଶୋ’ ନେ ଫିଲଟର ନେହାରେ ଅଙ୍ଗଦ ବେଦୀ ଗେଷ୍ଟ ଭାବେ ପହଁଚିଥିଲେ । ଶୋ’ରେ ଅଙ୍ଗଦ କହିଥିଲେ ଯେ ପ୍ରେଗ୍ନେସି ପାଇଁ ହିଁ ଦୁହେଁ ତରବର ଭାବେ ବିବାହ କରିଥିଲେ । ଏହା ସହିତ ସେ ବିବାହ ବିଷୟରେ ଅନେକ ଖୁଲାସା କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/11/article-l-2018823516042457864000.jpg)