ଅଲିମ୍ପିକ୍ସ ଟିକଟ୍ ପାଇବା ପରେ ସମ୍ବର୍ଦ୍ଧନା ଉତ୍ସବରେ ଦୂତୀଙ୍କ ବୟାନ । କହିଲେ, ତାଙ୍କୁ ନେଇ ବିବାଦ ହେଲେ, ସେତିକି ମାତ୍ରାରେ ବଢ଼େ ସଫଳତା ।

109

କନକ ବ୍ୟୁରୋ : ଅଲିମ୍ପିକ୍ସ ଟିକଟ ପାଇ ଦୂତୀ ଚାନ୍ଦ ଓଡିଶା ଫେରିବା ପରେ ତାଙ୍କୁ କିଟ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ସମ୍ବର୍ଦ୍ଧନା ଉତ୍ସବରେ ଦୂତି କହିଛନ୍ତି, ତାଙ୍କୁ ନେଇ ଯେତେ ବିବାଦ ହୁଏ, ସେ ସେତିକି ସଫଳତା ହାସଲ କରନ୍ତି । ଅର୍ଥାତ କୌଣସି ବିବାଦ ତାଙ୍କୁ ବିଚଳିତ କରି ପାରେନାହିଁ । ଅଲିମ୍ପିକ୍ସ ପାଇଁ ଦୂତୀ ଜୋରଦାର ଅଭ୍ୟାସ କରୁଛନ୍ତି ବୋଲି କହିଛନ୍ତି । ଏବଂ ଗତ ନଭେମ୍ବରରୁ ସେ ଟୋକିଓ ଅଲିମ୍ପିକ୍ସ ପାଇଁ ଅଭ୍ୟାସ ଆରମ୍ଭ କରିଥିବା କହିଛନ୍ତି ।

କିଟରେ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଦୂତି କହିଛନ୍ତି, ଏଥର ଅଲିମ୍ପିକ୍ସରେ ସେ ଭାରତ ପାଇଁ ସଫଳତା ହାସଲ କରି ସୁନାମ ଆଣିବେ । ଦ୍ୱିତୀୟ ଥର ପାଇଁ ଅଲମ୍ପିକ୍ସରେ ସାମିଲ ହେବାର ସୁଯୋଗ ପାଇଥିବା ଦୂତି କହିଛନ୍ତି, ବିଭିନ୍ନ ସମୟରେ ତାଙ୍କୁ ନେଇ ବିବାଦ ସୃଷ୍ଟି କରାଯାଏ, ଏହା କିନ୍ତୁ ଏଥର ସଫଳତା ଆଣିବ ।

ୱାର୍ଲ୍ଡ ର୍ୟାଙ୍କିଙ୍ଗ ରୁଟରେ ୧୦୦ ମିଟର ଓ ୨୦୦ ମିଟର ଦୌଡ କାଟାଗୋରୀରେ ଅଲିମ୍ପିକ୍ସ ଖେଳିବା ପାଇଁ ଦୂତି ଯୋଗ୍ୟତା ଅର୍ଜନ କରିଛନ୍ତି । କହିଛନ୍ତି, ଟୋକିଓ ଅଲମ୍ପିକ୍ସ ପାଇଁ ସେ ନଭେମ୍ବରରୁ ଅଭ୍ୟାସ ଆରମ୍ଭ କରିଛନ୍ତି । ଏଥର କିଟ୍ ବିଶ୍ୱବିଦ୍ୟାଳୟରୁ ୩ ଜଣ ଆଥଲେଟ୍ ଓ ଜଣେ ଡାକ୍ତରଙ୍କୁ ମିଶାଇ ଚାରିଜଣ ଟୋକିଓ ଅଲିମ୍ପିକ୍ସକୁ ଯିବେ । ଏଥିପାଇଁ ବିଶ୍ୱବିଦ୍ୟାଳୟ ପରିସରରେ ସମ୍ବର୍ଦ୍ଧିତ କରାଯାଇଥିଲା ।