କନକ ବ୍ୟୁରୋ : ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା ହକି ଦଳ ଚତୁର୍ଥ ସ୍ଥାନରେ ରହିବା ପରେ ଟୁଇଟ୍ କରି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲେଖିଛନ୍ତ. ଭାରତୀୟ ମହିଳା ହକି ଟିମ୍ ଅଳ୍ପକେ ପଦକରୁ ବଞ୍ଚିତ ହୋଇଛି । କିନ୍ତୁ ସେମାନେ ଯେଉଁଭଳି ଲଢ଼ୁଆ ଖେଳ ପ୍ରଦର୍ଶନ କରିଛନ୍ତି ସାରା ଦେଶ ସେମାନଙ୍କ ପାଇଁ ଗର୍ବିିତ ।

Advertisment

ସବୁ ଦିନ ମନେ ରହିବ ଭାରତୀୟ ମହିଳା ହକି ଟିମର ପ୍ରଦର୍ଶନ । ସେମାନେ ଚମତ୍କାର ଖେଳ ପ୍ରଦର୍ଶନ କରିଛନ୍ତି । ଟିମ୍ ଇଣ୍ଡିଆର ପ୍ରତ୍ୟକ ଖେଳାଳି ଭଲ ପ୍ରଦର୍ଶନ କରିଛନ୍ତି । ସେମାନଙ୍କ ପ୍ରଦର୍ଶନ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ । ଏହା ନୂଆ ଭାରତର ସ୍ପିରିଟ୍କୁ ଦର୍ଶାଉଛି ।

ଟୋକିଓରେ ମହିଳା ହକି ଦଳର ଲଢ଼ୁଆ ପ୍ରଦର୍ଶନ ପରେ ଶୁଭେଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଲଢ଼ୁଆ ପ୍ରଦର୍ଶନ ଜାରି ରଖିବାକୁ ଓ ଆଗାମି ପୀଢ଼ିକୁ ପ୍ରେରଣା ଦେବାକୁ ଶୁଭେଛା ବାର୍ତାରେ ଟୁଇଟ୍ କରି ଲେଖିଛନ୍ତି ନବୀନ  ଏବଂ ସମସ୍ତ ଖେଳାଳିଙ୍କ ସୁନ୍ଦର ଭବିଷ୍ୟତ କାମନା କରିଛନ୍ତି  ।