କନକ ବ୍ୟୁରୋ : ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି ରାଜନୈତିକ ପ୍ରତିଶୃତି ମଧ୍ୟ ବଢିବାରେ ଲାଗିଛି । ନିଜ ଦଳ ସପକ୍ଷରେ ଭୋଟରଙ୍କୁ ମନାଇବା ପାଇଁ ନେତାମାନେ ପ୍ରତିଶୃତିର ପାହାଡ ଛିଡା କରୁଛନ୍ତି । କ୍ଷମତାରେ ଥିବା ଦଳ ପୁଣି ଥରେ କ୍ଷମତାକୁ ଆସିବା ପାଇଁ ବିଭିନ୍ନ ପ୍ରତିଶୃତି ଦେଉଛନ୍ତି । ତେବେ କ୍ଷମତାରେ ନଥିବା ରାଜନୈତିକ ଦଳ ଗୁଡିକ ମଧ୍ୟ ଅନେକ ପ୍ରତିଶୃତି ଦେଉଛନ୍ତି । ଯେପରି ଭାବରେ ସେମାନେ ଚଳିତଥର କ୍ଷମତାକୁ ଫେରିବେ ବୋଲି । ତେବେ ମଳିଥିବା ସୂଚନା ଅନୁସାରେ, ଆଜି କଂଗ୍ରେସ ନିଜର ନିର୍ବାଚନୀ ଇସ୍ତାହାର ଘୋଷଣା କରିପାରେ ।
/kanak/media/post_attachments/wp-content/uploads/2019/03/rahul-gandhi-1.jpg)