କଂଗ୍ରେସର ସଭାପତି ନିର୍ବାଚନକୁ ନେଇ ଚର୍ଚ୍ଚା ଜୋର : ଶଶି ଥରୁର ନିର୍ବାଚନ ଲଢିବା ନେଇ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ ଅସନ୍ତୋଷ

90

କନକ ବ୍ୟୁରୋ : କଂଗ୍ରେସର ସଭାପତି ନିର୍ବାଚନକୁ ନେଇ ଚର୍ଚ୍ଚା ଜୋର । ଶଶି ଥରୁର ଲଢିବା ନିଷ୍ପତ୍ତିରେ କଂଗ୍ରେସ ସଦସ୍ୟମାନେ ଖୁସି ନଥିବା କୁହାଯାଉଛି । ଥରୁରଙ୍କ ଦୁଇ ସହକର୍ମୀ କୋଦିକୁନ୍ନିଲ ଓ କେ. ମୂରଲୀଧରନ୍ ତାଙ୍କ ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏମାନେ କହିଛନ୍ତି, ରାଜ୍ୟ କଂଗ୍ରେସ କେବଳ ରାହୁଲ ଗାନ୍ଧୀଙ୍କୁ ସଭାପତି ଚାହେଁ । ଅନ୍ୟପଟେ ଯଦି ଗାନ୍ଧୀ ପରିବାର ଓ ଅଧିକାଂଶ ନେତା ଗେହଲଟଙ୍କୁ ସମର୍ଥନ କରିବେ ତେବେ ଥରୁର ଜିତେନ୍ଦ୍ର ପ୍ରସାଦଙ୍କ ପରି ସମଦଶା ଭୋଗିପାରନ୍ତି ।

ଶେଷ ଥର ପାଇଁ ୨୦୦୦ ମସିହା ନଭେମ୍ବରରେ କଂଗ୍ରେସ ସଭାପତି ନିର୍ବାଚନ ହୋଇଥିଲା । ଜିତେନ୍ଦ୍ର ପ୍ରସାଦ ସୋନିଆଙ୍କଠାରୁ ହାରି ଯାଇଥିଲେ । ସୋନିଆଙ୍କୁ ୭ ହଜାର ୫୪୨ ଭୋଟ୍ ମିଳିଥିବା ବେଳେ ଜିତେନ୍ଦ୍ର ପ୍ରସାଦଙ୍କୁ ମାତ୍ର ୯୪ ଭୋଟ୍ ମିଳିଥିଲା । ତେଣୁ ଜିତେନ୍ଦ୍ର ପ୍ରସାଦଙ୍କ ପରି ଥରୁର ବି ସମଦଶା ଭୋଗିପାରନ୍ତି ବୋଲି କୁହାଯାଇଛି । ସୋନିଆ ଗାନ୍ଧୀ ୧୯୯୮ରୁ କଂଗ୍ରେସ ସଭାପତି ଅଛନ୍ତି । କେବଳ ଦୁଇ ବର୍ଷ ପାଇଁ ୨୦୧୭ରୁ ୨୦୧୯ ପର୍ଯ୍ୟନ୍ତ ସେ ସଭାପତି ଦାୟିତ୍ୱରେ ନଥିଲେ ।