କନକ ବ୍ୟୁରୋ : ଓଡିଶା ଆସୁଛନ୍ତି ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ । କଂଗ୍ରେସ ସଭାପତି ନିର୍ବାଚନରେ ଖଡଗେ ପ୍ରତିଦ୍ୱନ୍ଦ୍ୱିତା କରୁଥିବାରୁ ସେ ପ୍ରଚାର ପାଇଁ ଆଜି ଓଡିଶା ଆସୁଛନ୍ତି । ଭୁବନେଶ୍ୱର ଆସି ସେ ପିସିସି ସଭ୍ୟଙ୍କୁ ଭେଟି ତାଙ୍କୁ ଭୋଟ ଦେବାକୁ ଅନୁରୋଧ କରିବେ । ଭୁବନେଶ୍ୱରରେ ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀକୁ ସେ ସମ୍ବୋଧନ କରିବା କାର୍ଯ୍ୟକ୍ରମ ରହିଛି । ସନ୍ଧ୍ୟାରେ ସେ ପୁଣି ଦିଲ୍ଲୀ ଫେରିଯିବେ ବୋଲି ସୂଚନା ମିଳିଛି ।
ଜାତୀୟ କଂଗ୍ରେସର ସଭାପତି ନିର୍ବାଚନରେ ମଲ୍ଲିକାର୍ଜୁନ ଖଡଗେ ଓ ଶଶି ଥରୁରଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଛି । ଆସନ୍ତା ୧୭ ତାରିଖରେ ଏଥିପାଇଁ ଭୋଟ ଗ୍ରହଣ କରାଯିବ । ଓଡିଶାର ମୋଟ ୪୨୮ ଜଣ ପିସିସି ସଭ୍ୟ ଏଥିରେ ମତଦାନ କରିବେ । ପୂବ ର୍ରୁ ଅଧିକାଂଶ କଂଗ୍ରେସ ନେତା ଖଡଗେ ସପକ୍ଷରେ ମତ ଦେଇସାରିଛନ୍ତି । ମଲ୍ଲିକାର୍ଜୁନ ଖଡଗେ ଜଣେ ନିର୍ବିବାଦୀୟ ଓ ଅଭିଜ୍ଞ ନେତା ହୋଇଥିବାରୁ ତାଙ୍କୁ ଓଡିଶାରୁ ଅଧିକ ସମର୍ଥନ ମିଳିବ ବୋଲି ଚର୍ଚ୍ଚା ହେଉଛି ।
Follow Us