କନକ ବ୍ୟୁରୋ : ଧାମନଗର ଉପନିର୍ବାଚନ । କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ଭୋଟ ଦେଇଛନ୍ତି । ଭୋଟ କେନ୍ଦ୍ର ବାହାରେ ଧାଡ଼ିରେ ରହି ଭୋଟ ଦେଇଛନ୍ତି ବାବା ହରେକୃଷ୍ଣ । ତେବେ ମଇଦାନରେ ଅଛନ୍ତି ୫ ପ୍ରାର୍ଥୀ । ଭୋଟରମାନେ ଭୋଟ ପରିଚୟ ପତ୍ର ଛଡା ୧୨ ଟି ଅନ୍ୟ ଡକ୍ୟୁମେଣ୍ଟ ଦେଖାଇ ଭୋଟ ଦେଇ ପାରିବେ ।

Advertisment

ମୋଟ ୨୫୨ଟି କେନ୍ଦ୍ରରେ ମତଦାନ ପାଇଁ ବ୍ୟବସ୍ଥା କରାଯାଇଛି । ସେଥି ମଧ୍ୟରୁ ୧୨୬ଟି ବୁଥରେ ୱେବ୍ କାଷ୍ଟିଂ କରାଯିବ । ବୁଥର ୧୦୦ ମିଟର ମଧ୍ୟରେ କେହି ବି କଥାବାର୍ତ୍ତା କରିପାରିବେ ନାହିଁ । ଯଦି କେହି ନିୟମ ଉଲଂଘନ କରିବେ ତେବେ ତାଙ୍କୁ ଗିରଫ କରାଯିବ ବୋଲି କଡା ଚେତାବନୀ ଦିଆଯାଇଛି । ଏଥିପାଇଁ ୨୫ଟି ମାଇକ୍ରୋ ଅବଜରଭର ନିଯୁକ୍ତ ହୋଇଛନ୍ତି । ଏଥିସହ ଚେକିଂକୁ କଡାକଡି କରାଯାଇଥିବା ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।