କନକ ବ୍ୟୁରୋ: ବିଜେପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡା । ନିରାଡମ୍ବର ଭାବେ ଆସି ଉପଜିଲ୍ଳାପାଳଙ୍କ ଅଫିସରେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ଦିଲ୍ଲୀପ ପଣ୍ଡା । କିଛି ସମୟ ପରେ ବିଜେଡି ଓ ବିଜେପି ପ୍ରାର୍ଥୀ ନାମାଙ୍କନ ଭରିବେ । ନାମାଙ୍କନ ପୂର୍ବରୁ ଶୋଭାଯାତ୍ରାରେ ବାହାରିଛନ୍ତି ନେତା । ବିଜେଡିର ରୀତା ସାହୁ ଶୋଭାଯାତ୍ରାରେ ବାହାରିଛନ୍ତି । ଏହା ପରେ ବିଜେପିର ସନତ ଗଡ଼ତିଆ ନାମାଙ୍କନ ଭରିବେ । ଦୁଇ ପୁରୁଣା ମୁହଁ ବିଜେଡିର ରୀତା ସାହୁ, ବିଜେପିର ସନତ ଗଡ଼ତିଆଙ୍କ ସହ କଂଗ୍ରେସର ନୂଆ ମୁହଁ ଦିଲ୍ଲୀପ ପଣ୍ଡାଙ୍କ ମଧ୍ୟରେ ମୁକାବିଲା ଲାଗି କ୍ଷେତ୍ର ପ୍ରସ୍ତୁତ ହୋଇଛି ।
ଆସନ୍ତା ୨୧ ତାରିଖରେ ବିଜେପୁର ଉପ-ନିର୍ବାଚନ ପାଇଁ ପଡ଼ିବ ଭୋଟ୍ । ମତଦାନର ୩ ଦିନ ପରେ ଅର୍ଥାତ୍ ୨୪ ତାରିଖରେ ଭୋଟ୍ ଗଣତି ହେବ । ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁରରୁ ଆସନରୁ ଲଢ଼ି ବିପୁଳ ଭୋଟରେ ବିଜୟୀ ହୋଇଥିଲେ । ତେବେ ନବୀନ ଉଭୟ ହିଞ୍ଜିଳି ଓ ବିଜେପୁରରୁ ବିଜୟୀ ହୋଇଥିଲେ । ପରେ ବିିଜେଡି ସୁପ୍ରିମୋ ବିଜେପୁର ଆସନ ଛାଡ଼ିଥିଲେ, ଫଳରେ ଏଠାରେ ଉପନିର୍ବାଚନ କରାଯାଉଛି ।