କନକ ବ୍ୟୁରୋ: କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରୁ ବାଲି କାଢ଼ିବା ପ୍ରସଙ୍ଗକୁ ନେଇ ନୂଆ ବିବାଦ ସୃଷ୍ଟି ହୋଇଛି । ପୁରୀ ସର୍କଲ ଏଏସଆଇ ସୁପରିନଟେଣ୍ଡେଣ୍ଟ ଦେବସିଦ୍ଧ ବ୍ରଜସୁନ୍ଦର ଗଡ଼ନାୟକ କହିଛନ୍ତି, ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କାଢ଼ିବାର ପ୍ରଶ୍ନ ଉଠୁନାହିଁ । ବାଲି କାଢ଼ିବା କଥା ଯିଏ କହିଛି, ସେ ମୁର୍ଖ । ଗତବର୍ଷ ପତ୍ନତତ୍ତ୍ୱ ବିଭାଗ ପକ୍ଷରୁ ବାଲି କାଢ଼ିବା ପୂର୍ବରୁ ପୂଜାର୍ଚ୍ଚନା କରାଯାଇଥିଲା । ଏମିତି କି ତକ୍ରାଳୀନ ଏଏସଆଇ ଅଧିକାରୀ, ୩ବର୍ଷ ମଧ୍ୟରେ ଗର୍ଭଗୃହରୁ ବାଲି କାଢ଼ିବା ନେଇ ସୂଚନା ଦେଇଥିଲେ । ହେଲେ ଏସବୁ ଭିତରେ ସୂର୍ଯ୍ୟମନ୍ଦିରର ଯେଉଁସବୁ କାର୍ଯ୍ୟଚାଲିଛି ତାକୁ ନେଇ ଏକ ବଡ଼ ଦ୍ୱନ୍ଦ୍ୱ ତିଆରି ହୋଇଛି ।

Advertisment
  • କୋଣାର୍କ ମନ୍ଦିରରୁ ବାଲି କାଢ଼ିବାକୁ ନେଇ ଦ୍ୱନ୍ଦ୍ୱ
  • ସର୍କଲ ଏଏସଆଇ ଅଧିକାରୀଙ୍କ ବୟାନ ବଢ଼ାଇଲା ଚର୍ଚ୍ଚା

କୋଣାର୍କ ସୂର୍ଯ୍ୟମନ୍ଦିର ପରିସରରେ ଚାଲିଥିବା ଏହି କାର୍ଯ୍ୟ ଭିତରେ ଗର୍ଭଗୃହରୁ ବାଲି କଢ଼ାଯିବ ନା’ ନାହିଁ, ତାକୁ ନେଇ ଏକ ବଡ଼ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଏହି ଦ୍ୱନ୍ଦ୍ୱ ପରେ ପୁରୀ ସର୍କଲ ଏଏସଆଇ ସୁପରିନଟେଣ୍ଡେଣ୍ଟ ଯେଉଁ ସୂଚନା ଦେଇଛନ୍ତି ତାକୁ ନେଇ ଚର୍ଚ୍ଚା ବଢ଼ିଛି । ଦେବସିଦ୍ଧ ବ୍ରଜସୁନ୍ଦର ଗଡ଼ନାୟକ କହିଛନ୍ତି- ବାଲି କାଢ଼ିବାର ପ୍ରଶ୍ନ ଉଠୁନାହିଁ । ବାଲି କାଢ଼ିବା କଥା ଯିଏ କହୁଛି ସିଏ ମୁଖ୍ୟ । ମନ୍ଦିର ଭିତରର ସ୍ଥିତି କ’ଣ ରହିଛି, ତାକୁ ଦେଖିବା ପାଇଁ ଷ୍ଟେଜ୍ ନିର୍ମାଣ କରାଯାଉଛି । ବାଲି କଢ଼ାଯିବ ନା’ ନାହିଁ ଅନୁଧ୍ୟାନ କରାଯିବ । ତା’ ପରେ ଚୁଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦେଇଛନ୍ତି ଏଏସଆଇ ସୁପରିନଟେଣ୍ଡେଣ୍ଟ ।

ଏହା ପୂର୍ବରୁ କେନ୍ଦ୍ରୀୟ କୋଠା ବାଡ଼ି ଗବେଷଣା ସଂସ୍ଥାର ମୁଖ୍ୟ ତଥା ବାଲି କାଢ଼ିବା କମିଟିର ମୁଖ୍ୟ ପରାମର୍ଶଦାତା ଡକ୍ଟର ନାରାୟଣ ଚନ୍ଦ୍ର ପାଲ କହିଥିଲେ, ଏଏସଆଇ ବାଲି କାଢ଼ିବା ନେଇ ବୈଷୟିକ କମିଟି ସଦସ୍ୟଙ୍କ ସହ କୌଣସି ଆଲୋଚନା କରିନାହାନ୍ତି । ବାଲି କାଢ଼ିଲେ ମନ୍ଦିର ପ୍ରତି ବିପଦ ସୃଷ୍ଟି ହେବ । ମନ୍ଦିର ଭୁଶୁଡ଼ି ପଡିବାର ବହୁତ ସମ୍ଭାବନା ଥିବା ଡକ୍ଟର ପାଲ୍ କହିଥିଲେ । ତେବେ ବାଲି କାଢ଼ିବା ପ୍ରସଙ୍ଗକୁ ସ୍ଥାନୀୟ ଅଞ୍ଚଳରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଯଦିଓ ବର୍ତ୍ତମାନ ସୁଦ୍ଧା ବାଲି କାଢ଼ିବାର ପ୍ରକ୍ରିୟା ଆରମ୍ଭ ହୋଇନାହିଁ ବୋଲି ଏଏସଏଆଇ ପୁରୀ ସର୍କଲ ଅଧିକାରୀ କହୁଛନ୍ତି, ତଥାପି ଗତବର୍ଷ ସେପ୍ଟେମ୍ବର ମାସରେ ବାଲି କଢ଼ା ହେବ ବୋଲି ସୂଚନା ଦିଆଯାଇଥିଲା । ତକ୍ରାଳୀନ ଏଏଏସଆଇ ଅଧିକାରୀ କହିଲେ, ୬ ମାସ ମଧ୍ୟରେ ପ୍ରକିୟା ସରିବ ଏବଂ ୩ ବର୍ଷ ମଧ୍ୟରେ କୋଣାର୍କ ମନ୍ଦିରର ଗର୍ଭଗୃହରୁ ବାଲି କଢ଼ା ହେବ ବୋଲି ସୂଚନା ଦେଇଥିଲେ । ଏମିତି କି ବାଲି କାଢ଼ିବା ଉର୍ଦ୍ଦେଶ୍ୟରେ ସୂର୍ଯ୍ୟମନ୍ଦିର ପରିସରରେ ପୂଜାର୍ଚ୍ଚନା କରାଇଥିଲା ।