କନକ ବ୍ୟୁରୋ: ଆମେରିକାର ପାଣିପାଗ ସଂସ୍ଥା ଗ୍ଲୋବାଲ୍ ଫୋରକାଷ୍ଟ ସିଷ୍ଟମ ବା ଜିଏଫଏସ୍ ମହାବାତ୍ୟା ନେଇ ସୂଚନା ଦେବା ପରେ ଆଜି ପୂର୍ବାନୁମାନରେ କିଛିଟା ପରିବର୍ତନ କରିଛି । ସୁପର ସାଇକ୍ଲୋନ ବା ମହାବାତ୍ୟା ନେଇ ପୂର୍ବାନୁମାନ କରିଥିଲା, ଏବେ ଭୀଷଣ ସାମୁଦ୍ରିକ ଝଡ଼ ହେବ ବୋଲି ଆକଳନ କରିଛି । ଏପରି ଆକଳନ ଯୋଗୁଁ ଓଡ଼ିଶା ଉପକୂଳରେ ବାତ୍ୟା ହେବ କି ନାହିଁ, ଏହାକୁ ନେଇ ଅନିଶ୍ଚିତତା ଜାରିରହିଛି । ବାତ୍ୟା ଚର୍ଚ୍ଚା ଚାଲିଥିବା ବେଳେ ଗୁଜବକୁ ବିଶ୍ୱାସ ନକରିବା ପାଇଁ ପରାମର୍ଶ ଦେଇଛି ଭାରତୀୟ ପାଣିପାଗ ବିଭାଗ । ଏପଟେ ପାଣିିପାଗ ସଂସ୍ଥା ସ୍କାଏମେଟ କହିଛି ଯେ, ଓଡ଼ିଶାରେ ବାତ୍ୟା ହେବ ବୋଲି ଏପର୍ଯ୍ୟନ୍ତ କୌଣସି ପୂର୍ବାନୁମାନ ନାହିଁ । ହେଲେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ପରେ ଏହା ସୁଦୃଶ୍ୟ ଲଘୁଚାପ, ଏପରିକି ଗଭୀର ଅବପାତ ହୋଇପାରେ । ଏହାର ପ୍ରଭାବରେ ୨୦ରୁ ୨୫ ତାରିଖ ଯାଏଁ ବର୍ଷା ହେବା ଆଶଙ୍କା ରହିଛି । ବିଶେଷକରି ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ହେବ ବୋଲି ଆକଳନ କରାଯାଇଛି ।
ଜିଏଫ୍ଏସ୍ ପୂବାନୁମାନ
ପୂର୍ବରୁ ମହାବାତ୍ୟା ଏବେ ଭୀଷଣ ସାମୁଦ୍ରିକ ଝଡ଼
ସ୍କାଏମେଟ୍ ଆକଳନ
ସୁଦୃଶ୍ୟ ଲଘୁଚାପ
ଗଭୀର ଅବପାତ ହୋଇପାରେ
୨୦ରୁ ୨୫ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଆଶଙ୍କା
ବାତ୍ୟା ହେବାର ପୂର୍ବାନୁମାନ କରାଯାଇନାହିଁ
ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ସମାନ କଥା କହିଛନ୍ତି । ଓଡି଼ଶାରେ ବାତ୍ୟା ହେବାର କୌଣସି ପୂର୍ବାନୁମାନ ନଥିବା ସେ କହିଛନ୍ତି । ତାଙ୍କ ମତରେ ସମୁଦ୍ର ପତ୍ତନର ତାପମାତ୍ରା ଅଧିକ ରହିଛି । ଲଘୁଚାପ କେନ୍ଦ୍ରରୁ ପବନ ଉପରକୁ ଯିବା ଆଶଙ୍କା କମ୍ । ବାୟୁମଣ୍ଡଳରେ ଆଦ୍ରତା କମ୍ ରହିଛି । ବାତ୍ୟା ପାଇଁ ଅନୁକୂଳ ବାତାବରଣ ନାହିଁ । ସେହିପରି ପାଣିପାଗ ବିଜ୍ଞାନୀ ଶରତ ସାହୁ କହିଛନ୍ତି, ଏତେ ଦିନ ପୂର୍ବରୁ ବାତ୍ୟା ନେଇ ଆକଳନ କରିବା ସମ୍ଭବ ନୁହେଁ । ତେବେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଏବଂ ଗଭୀର ଅବପାତର ରୂପ ନେଇପାରେ ।
ସୁରେନ୍ଦ୍ରନାଥ ପଶୁପାଳକ, ପାଣିପାଗ ବିଜ୍ଞାନୀ
ସମୁଦ୍ର ପତ୍ତନର ତାପମାତ୍ରା ଅଧିକ
ଲଘୁଚାପ କେନ୍ଦ୍ରରୁ ପବନ ଉପରକୁ ଯିବା ଆଶଙ୍କା କମ୍
ବାୟୁମଣ୍ଡଳରେ ଆଦ୍ରତା କମ୍
ବାତ୍ୟା ପାଇଁ ଅନୁକୂଳ ବାତାବରଣ ନାହିଁ
ଶରତ ସାହୁ, ପାଣିପାଗ ବିଜ୍ଞାନୀ
ଏତେ ଦିନ ପୂର୍ବରୁ ବାତ୍ୟା ନେଇ ଆକଳନ କରିବା ସମ୍ଭବ ନୁହେଁ
ସୃଷ୍ଟି ହେବାକୁ ଥିବା ଲଘୁଚାପ ଏବଂ ଗଭୀର ଅବପାତର ରୂପ ନେଇପାରେ ।
ଏପଟେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି, ୪-୫ ଦିନ ମଧ୍ୟରେ ମୌସୁମୀ ବାୟୁ ପ୍ରତ୍ୟାବର୍ତନ କରିିପାରେ । ଏଥିପାଇଁ ପାଗ ଅନୁକୂଳ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/8-9.jpg)